Home national news oriya ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଗୃହବିଜ୍ଞାନ ବିଭାଗର ପାଠଚକ୍ର

ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଗୃହବିଜ୍ଞାନ ବିଭାଗର ପାଠଚକ୍ର

7
0

Source :- ODIA PUA

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଗୃହବିଜ୍ଞାନ ବିଭାଗ ପକ୍ଷରୁ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ସେପ୍େଟମ୍ବର ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଜାତୀୟ ପୁଷ୍ଟି ସପ୍ତାହ ପାଳନ ଅବସରରେ ଆୟୋଜିତ ଏହି ପାଠଚକ୍ରରେ ସୁସ୍ଥ ଜୀବନ ପାଇଁ ସୁଷମ ଖାଦ୍ୟର ଆବଶ୍ୟକତା ଶୀର୍ଷକ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ଗୃହବିଜ୍ଞାନ ବିଭାଗର ଅଧ୍ୟାପିକା ଅର୍ପିତା ବେହେରା ଅତିଥିଙ୍କୁ ମଞ୍ଚକୁ ଆବାହନ କରିଥିବାବେଳେ ବିଭାଗ ମୁଖ୍ୟ ଡ. ସ୍ମରଣିକା ପରିଡ଼ା ଅତିଥି ପରିଚୟ ପ୍ରଦାନ ସହ ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିଲେ। ଅଧ୍‌ଯକ୍ଷ ଡ. ଲଳିତ୍ ରଞ୍ଜନ ସାହୁ ସମ୍ପ୍ରତି ସୁସ୍ଥ ଜୀବନ ପାଇଁ ସୁଷମ ଖାଦ୍ୟର ଆବଶ୍ୟକ?ତା ରହିଛି ତେଣୁ ନୀରୋଗ ରହିବା ପାଇଁ ଔଷଧ ନୁହେଁ ବରଂ ଠିକ ସମୟରେ ଓ ଉଚିତ ପରିମାଣରେ ସୁଷମ ଖାଦ୍ୟ ଗ୍ରହଣ କରିବା ନିତାନ୍ତ ଆବଶ୍ୟକ ବୋଲି ମତ ପ୍ରଦାନ କରିଥିଲେ। ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ରଶ୍ମିରେଖା ସୋରେନ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଜାତୀୟ ପୁଷ୍ଟି ସପ୍ତାହର ମହତ୍ୱ ବର୍ଣ୍ଣନା କରିବା ସହ ସାମ୍ପ୍ରତିକ ପରିସ୍ଥିତିକୁ ଅବଲୋକନ ପୂର୍ବକ ସୁସ୍ଥ ଜୀବନ ଯାପନ ନିମନ୍ତେ ଯଥା ସମ୍ଭବ ସୁଷମ ଖାଦ୍ୟ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଉକ୍ତ ସପ୍ତାହ ନିମିତ ଆୟୋଜିତ ରନ୍ଧନ ପ୍ରତିଯୋଗିତାରେ ପ୍ରଶାସନିକ ବର୍ସର ଡଃ ଲକ୍ଷ୍ମୀକାନ୍ତ ନାୟକ, ଶିକ୍ଷାକ୍ରମୀୟ ବର୍ସର ଡଃ ବ୍ରହ୍ମାନନ୍ଦ ପଣ୍ଡା, ଏବଂ ମହାବିଦ୍ୟାଳୟର ଅନ୍ୟ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ପ୍ରମୁଖ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଉକ୍ତ ସପ୍ତାହ ନିମିତ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଯଥା – ପୋଷ୍ଟର ଉପସ୍ଥାପନା ପ୍ରତିଯୋଗିତା, ପ୍ରଶ୍ନୋତର ପ୍ରତିଯୋଗିତା, ଓ ରନ୍ଧନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଶେଷ ପର୍ଯ୍ୟାୟରେ ଅଧ୍ୟାପିକା ସୁଶ୍ରୀ ସଙ୍ଗୀତା ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଗୃହବିଜ୍ଞାନ ବିଭାଗର ପ୍ରୟୋଗଶାଳା ସହାୟକ ପ୍ରିୟଦର୍ଶିନୀ ସାହୁ, ଅଧ୍ୟାପିକା ସତ୍ୟବତୀ ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

SOURCE: ODIA PUA