Home national news oriya ସଂସ୍କୃତି ସଂଗଠକ ନିରଞ୍ଜନ ପଣ୍ଡାଙ୍କ ପ୍ରଥମ ବାର୍ଷିକ ସ୍ମୃତି ଚାରଣ ସଭା

ସଂସ୍କୃତି ସଂଗଠକ ନିରଞ୍ଜନ ପଣ୍ଡାଙ୍କ ପ୍ରଥମ ବାର୍ଷିକ ସ୍ମୃତି ଚାରଣ ସଭା

3
0

Source :- ODIA PUA

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଅପର୍ତିବିନ୍ଧା ସ୍ଥିତ ଏକ ଅଗ୍ରଣୀ ସଙ୍ଗୀତ ମହାବିଦ୍ୟାଳୟ “ଭଦ୍ରକ ନୃତ୍ୟ ସଙ୍ଗୀତ ପରିଷଦ’ର ସମ୍ପାଦକ ତଥା ବରିଷ୍ଠ କଳାକାର ନିରଞ୍ଜନ ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ବାସଭବନ ଅପର୍ତିବିନ୍ଧା ନିଉକଲୋନି ଠାରେ ପଣ୍ଡିତ ଘନଶ୍ୟାମ ଲେଙ୍କାଙ୍କ ଅଧ୍ୟକ୍ଷତାରେ ସ୍ମୃତି ଚାରଣ ସଭା ଓ ପ୍ରତିମୂର୍ତି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନର ଅଧ୍ୟକ୍ଷ ଗୁରୁଶ୍ରୀ ସୁବାସ ଚନ୍ଦ୍ର ମଲ୍ଲିକଙ୍କ ମଂଚ ପରିଚାଳନାରେ ନାଟ୍ୟଶ୍ରୀ ନିର୍ମଳ ରାଉତ,ସୂଚନା ଲୋକସଂପର୍କ ବିଭାଗର ପ୍ରାକ୍ତନ ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ,ଅବସର ପ୍ରାପ୍ତ କର୍ମଚାରୀ ତାପସ ନାୟକ,ସାହିତ୍ୟିକ ରମେଶ ଦାସ,ଶିଳ୍ପୀଶ୍ରୀ ଅନୁଷ୍ଠାନର ସମ୍ପାଦକ ମୋହିନୀ ମୋହନ ମହାପାତ୍ର, ମ୍ୟୁଜିକ୍ ସର୍କଲର ଅଧ୍ୟକ୍ଷ ପ୍ରଭାକର ବାରିକ,ଭଦ୍ରକ ସିଡିଏମଓ ଡ.ସୁଧିର ରଞ୍ଜନ ନାୟକ,ବାଣୀକବି ଦୟାନିଧି ମିଶ୍ର,ଅନୁଷ୍ଠାନର ନୃତ୍ୟଗୁରୁ ସୁଶ୍ରୀ ସ୍ୱାଗତିକା ରାଉତ,ପୁତ୍ରବଧୂ ବିଜୟଲକ୍ଷ୍ମୀ ପଣ୍ଡା ପ୍ରମୁଖ ସ୍ୱର୍ଗତ ନିରଞ୍ଜନ ପଣ୍ଡାଙ୍କ ସ୍ମୃତି ଚାରଣ କରିଥିବା ସହିତ ଅତିଥି ମାନଙ୍କ ଦ୍ୱାରା ପ୍ରତିମୂର୍ତି ଉନ୍ମୋଚନ କରାଯାଇଥିଲା।ସ୍ମୃତି ଚାରଣ ସହିତ ପ୍ରତିଷ୍ଠିତ ଶିଳ୍ପୀ ମାନଙ୍କ ଦ୍ୱାରା ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା।ଶେଷରେ ସ୍ୱର୍ଗତ ପଣ୍ଡାଙ୍କ ଜ୍ୟେଷ୍ଠ ପୁତ୍ର ବିଶ୍ୱଜିତ ପଣ୍ଡା(ବାପି) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

SOURCE: ODIA PUA