Home national news oriya ରାଣୀତାଲ ଡାକ୍ତରଖାନା ରାସ୍ତା ମରଣଯନ୍ତା

ରାଣୀତାଲ ଡାକ୍ତରଖାନା ରାସ୍ତା ମରଣଯନ୍ତା

7
0

Source :- ODIA PUA

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ବ୍ଲକ ଅନ୍ତର୍ଗତ ୧୬ନମ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ରାଣୀତାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର। ଜାତୀୟ ରାଜପଥରୁ ଡାକ୍ତରଖାନାକୁ ଯାଇଥିବା ରାସ୍ତା ଏବେ ପାଲଟିଛି ମରଣ ଯନ୍ତା। ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଲୋକମାନେ ଖଣ୍ଡିଆ ଖାବରା ହେଉଛନ୍ତି। ରାସ୍ତା ତୀକ୍ଷ୍ଣ ଓ ଖାଲ ଢିପରେ ପୁରି ଥିବା ଯୋଗୁ କେବଳ ଯେ ଗାଡି ବାଲା ଦୁର୍ଘଟଣାର ଶିକାର ହେଉଛନ୍ତି ତାହା ନୁହଁ ଚାଲି ଚାଲି ଯାଉଥିବା ବୃଦ୍ଧ ଓ ସ୍ତ୍ରୀ ଲୋକ ମାନେ ପଡି ଆହତ ହେଉଥିବା ଜଣାପଡିଛି। ଏହି ରାସ୍ତାଟି କେବଳ ଯେ ଡାକ୍ତରଖାନା ସହ ଜଡିତ ତାହା ନୁହଁ ରାଣୀତାଲ କେନାଲକୁ ଲାଗିଥିବା ଏହି ରାସ୍ତା ସ୍ଥାନୀୟ ବାସିନ୍ଦାଙ୍କ ଦୁଃଖର କାରଣ ପାଲଟିଛି। ଏଥିପ୍ରତି ଡାକ୍ତରଖାନା କତୃପକ୍ଷ ଦୃଷ୍ଟି ଦେଉଛନ୍ତି ନା ଜିଲ୍ଲା ପ୍ରଶାସନ। ପ୍ରତିଦିନ ଶହ ଶହ ରୋଗୀ ଆସୁଥିବା ଏହି ଡାକ୍ତରଖାନା ରାସ୍ତାର ଶୀଘ୍ର ମରାମତି ପାଇଁ ସାମ୍ବାଦିକ ନଗେନ୍ଦ୍ର ପାଣି ଓ ସମାଜସେବୀ ସଂଗ୍ରାମ କର ଦାବୀ କରିଛନ୍ତି।

SOURCE: ODIA PUA