Home national news oriya ବିବାଦ ଘେରରେ ହରିପୁର ପଂଚାୟତର ୩ଟି ୱାର୍ଡ ,ଅଂଚଳବାସୀଙ୍କ ବିରୋଧ ଯୋଗୁଁ ରିଲିଫ୍ ଚାଉଳ ବଂଟା...

ବିବାଦ ଘେରରେ ହରିପୁର ପଂଚାୟତର ୩ଟି ୱାର୍ଡ ,ଅଂଚଳବାସୀଙ୍କ ବିରୋଧ ଯୋଗୁଁ ରିଲିଫ୍ ଚାଉଳ ବଂଟା ନହୋଇ ପଡିରହିଛି

4
0

Source :- ODIA PUA

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ବ୍ଲକ୍ ଅଧୀନସ୍ଥ ହରିପୁର ପଂଚାୟତରେ ରିଲିଫ୍ ଚାଉଳ ବଂଟାଯାଇନାହିଁ। ରିଲିଫ୍ ଚାଉଳ ହରିପୁର ପଂଚାୟତ କାର୍ଯ୍ୟାଳୟରେ ଏକମାସରୁ ଉର୍ଦ୍ଧ୍ୱ ହେବ ପଡିରହିଛି । ଗତ ବନ୍ୟାରେ ପ୍ରଶାସନର ତଥ୍ୟ ଅନୁଯାୟୀ ଏହି ପଂଚାୟତର ଜନସଂଖ୍ୟା ୪୮୪୦। ଏହାମଧ୍ୟରୁ ୮୪୪ ପରିବାର ବନ୍ୟା ପ୍ରଭାବିତ। ବନ୍ୟା କ୍ଷତିଗ୍ରସ୍ତ ଅଂଚଳରେ ୨୭୪୦ ଜଣ ଲୋକ ଓ ୪୯୨ ଜଣ ପିଲାଙ୍କୁ ୨୧୨.୫୧ କେଜି ରିଲିଫ୍ ଚାଉଳ ବଂଟନ ପାଇଁ ଭଦ୍ରକ ବିଡିଓ ଗତ ତା ୯.୯.୨୬ ରିଖରେ ଚିଠି ନଂ ୪୯୫୧ ରେ ନିର୍ଦ୍ଦେଶ ଦେଇଥିଲେ। ପିଇଓ ଅଶୋକ କୁମାର ସ୍ୱାଇଁ ଓ ଏଡିଇଓ ରବିନ୍ଦ୍ର ବେହେରାଙ୍କୁ ଏହି ବଂଟନ ଦାୟିତ୍ୱ ଦିଆଯାଇଥିଲା। ରିଲିଫ୍ ଚାଉଳ ବଂଟନ ପାଇଁ ବିଡିଓ ଗତମାସ ୯ ତାରିଖରେ ନିର୍ଦ୍ଦେଶ ଦେଇଥିବାବେଳେ ଗତ ୭ ତାରିଖରେ ରିଲିଫ୍ ଚାଉଳ ବାଂଟିବା ପାଇଁ ପିଇଓ ଓ ସ୍ଥାନୀୟ ସରପଂଚ ପଂଚାୟତ କାର୍ଯ୍ୟାଳୟରେ ପହଂଚିଥିଲେ। ହରିପୁର ପଂଚାୟତର ୭, ୮ ଓ ୯ ନଂ ୱାର୍ଡର ବନ୍ୟା ବିପନ୍ନ ଚାଉଳ ନେବା ପାଇଁ ପଂଚାୟତ କାର୍ଯ୍ୟାଳୟରେ ପହଂଚିଥିଲେ। ଏହି ୩ଟି ୱାର୍ଡ ଭଦ୍ରକ ପୌରପାଳିକା ଅନ୍ତର୍ଗତ ହୋଇଥିବାରୁ ଚାଉଳ ନଦେବା ପାଇଁ ବିଡିଓ ମନା କରିଛନ୍ତି ବୋଲି ବଂଟନ ଦାୟିତ୍ୱରେ ଥିବା କର୍ମଚାରୀ ଜଣକ କହିଥିଲେ। ଏହାକୁ ନେଇ ଯୁକ୍ତିତର୍କ ଚାଲିଲା। ପରେ ବିପନ୍ନ ଲୋକମାନେ ପଂଚାୟତ କାର୍ଯ୍ୟାଳୟରେ ତାଲା ପକାଇଦେଇଥିଲେ। ଏହି ୩ଟି ୱାର୍ଡ ବାସିନ୍ଦାଙ୍କ ଅଭିଯୋଗ ହେଲା ଗତ ୨୦୨୪ ନିର୍ବାଚନରେ ଆମେ ଭୋଟ ଦେଇ ସରପଂଚ, ସମିତିସଭ୍ୟ, ୱାର୍ଡସଭ୍ୟ ଓ ଜିଲା ପରିଷଦ ସଭ୍ୟମାନଙ୍କୁ ନିର୍ବାଚିତ କରିଥିଲୁ। ଆମ୍ଭେ କେମିତି ପୌରପାଳିକାର ବାସିନ୍ଦା ହେଲୁ ବୋଲି ପାଲଟା ପ୍ରଶ୍ନ କରିଥିଲେ। ପରବର୍ତୀ ସମୟରେ ସମିତି ସଭ୍ୟ ଦିଲ୍ଲୀପ ନାୟକ ଓ ୱାର୍ଡ ସଭ୍ୟ ଏବଂ ପୂର୍ବତନ ଜିଲାପରିଷଦ ସଭ୍ୟ ସରୋଜ ନାୟକଙ୍କ ନେତୃତ୍ୱରେ ୩ଟି ୱାର୍ଡର ଯୁବକମାନେ ବିଡିଓଙ୍କୁ ଭେଟିବା ପାଇଁ ଭଦ୍ରକ ବ୍ଲକ୍ ଯାଇଥିଲେ। ବିଡିଓ ନଥିବାରୁ ଫୋନ୍ ଯୋଗେ ସେମାନେ ଅଭିଯୋଗ ଜଣାଇଥିଲେ। ୩ ଦିନ ଭିତରେ ସମାଧାନ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବୁ ବୋଲି ବିଡିଓଙକ୍‌ୁ ଚେତାବନୀ ଦେଇଥିଲେ। ବିବାଦୀୟ ଘେରରେ ଥିବା ଏହି ୩ଟି ୱାର୍ଡର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଆଜିଯାଏଁ ହୋଇପାରୁନାହିଁ। ସରକାରଙ୍କ ଆର୍ଥିକ ଅନୁଦାନ ଆସୁଥିଲେ ମଧ୍ୟ ତାହାକୁ ଅନ୍ୟ ଅଂଚଳକୁ ଡାଇଭର୍ଟ କରାଯାଉଛି ବୋଲି ପୂର୍ବତନ ଜିଲା ପରିଷଦ ସଭ୍ୟ ଶ୍ରୀ ନାୟକ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଠିକ୍ ଏହିଭଳି ୩ଟି ୱାର୍ଡକୁ ନେଇ ଜନଗଣନା କାର୍ଯ୍ୟ ସମୟରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗ୍ରାମବାସୀଙ୍କ ପ୍ରବଳ ବିରୋଧ ଯୋଗୁଁ ଜନଗଣନା କାର୍ଯ୍ୟ ହୋଇପାରିନଥିଲା। ଜନଗଣନାକାରୀ ସୁପରଭାଇଜରମାନେ ଗୃହଗଣନା ପାଇଁ ଲଗାତାର ଭାବେ ଯାଇ ନିରାଶ ହୋଇ ଫେରିଥିଲେ। ପରବର୍ତୀ ସମୟରେ ତତ୍‌କାଳୀନ ଜିଲାପାଳଙ୍କ ହସ୍ତକ୍ଷେପ ଫଳରେ ଜନଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୯୬୭ ମସିହାରୁ ଆଜିଯାଏ ଏହି ୩ଟି ୱାର୍ଡ ପଂଚାୟତ ଓ ପରବର୍ତୀ ପର୍ଯ୍ୟାୟରେ ହରିପୁର ପଂଚାୟତ ଅନ୍ତର୍ଭୁକ୍ତ ରହିଛି। ୧୯୬୦ ରେ ଏହି ୩ଟି ୱାର୍ଡ ଗରଦପୁର ରାଜସ୍ୱ ଗ୍ରାମ ଦୃଷ୍ଟିକୋଣରୁ ପୌରପାଳିକାରେ ଅନ୍ତର୍ଭୁକ୍ତ ହୋଇଥିଲା। ପୌରପାଳିକା ତାର ଜନଗଣନା ୨୦୧୧ ଭୋଟର ତାଲିକା କିମ୍ବା ସରକାରଙ୍କ କୌଣସି ଜନହିତକର ଯୋଜନାରେ ପୌରପାଳିକା କର୍ତୃପକ୍ଷ ସଂପୃକ୍ତ ୩ଟି ୱାର୍ଡକୁ ଅନ୍ତର୍ଭୁକ୍ତ କରିନଥିଲେ। ଅନ୍ୟପକ୍ଷରେ ଭଦ୍ରକ ପଂଚାୟତ ସମିତି ଏହି ୩ଟି ୱାର୍ଡକୁ ପଂଚାୟତ ମାଧ୍ୟମରେ ସମସ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରିଛି। ବିବାଦ ଘେରରେ ଥିବା ଏହି ୩ଟି ୱାର୍ଡକୁ ନେଇ ଏକ ଜନସ୍ୱାର୍ଥ ମାମଲା ଡବ୍ଲ୍ୟୁପି(ସି) ୧୯୬/୧୮ ହାଇକୋର୍ଟରେ ରୁଜୁ ହୋଇଥିଲା। ହାଇକୋର୍ଟର ନିର୍ଦ୍ଦେଶ କ୍ରମେ ତତ୍‌କାଳୀନ ଜିଲାପାଳ ଏହି ୩ଟି ୱାର୍ଡ ମ୍ୟୁନସିପାଲଟି ଅଂଚଳ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ। କିନ୍ତୁ ପରବର୍ତୀ ପର୍ଯ୍ୟାୟରେ ଅର୍ଥାତ୍ ୨୦୧୯ ପୌର ନିର୍ବାଚନରେ ଏହି ୩ଟି ୱାର୍ଡର ବାସିନ୍ଦାଙ୍କୁ ପୌର ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇନଥିଲା। ଏହି ୩ଟି ୱାର୍ଡର ବାସିନ୍ଦାମାନେ ଗୃହ ଓ ଜନଗଣନା କାର୍ଯ୍ୟକ୍ରମକୁ ଗରଦପୁର ରାଜସ୍ୱ ଗ୍ରାମ ମାଧ୍ୟମରେ ନକରାଇ ନୂଆ ହରିପୁର ରାଜସ୍ୱ ଗ୍ରାମ ମାଧ୍ୟମରେ କରାଇବାକୁ ଜିଲାପାଳଙ୍କ ନିକଟରେ ଦାବି କରିଥିଲେ। ଆଜିଯାଏଁ ଏହି ବିବାଦୀୟ ପରିସ୍ଥିତିର ସମାଧାନ ହୋଇନାହିଁ। ଯାହାଫଳରେ ଏହି ୩ଟି ୱାର୍ଡର ଲୋକମାନେ ନା ଏ କୂଳର, ନା ସେ କୂଳର ହୋଇପାରୁଛନ୍ତି।

SOURCE: ODIA PUA