Home national news oriya ଲାଲମୋହନ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ, ପ୍ରତିମୂର୍ତି ଅନାବରଣ

ଲାଲମୋହନ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ, ପ୍ରତିମୂର୍ତି ଅନାବରଣ

5
0

Source :- ODIA PUA

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଭଟସାହି ପଂଚାୟତର ଫଳପୁର ଗ୍ରାମର ସ୍ୱର୍ଗତ ଲାଲମୋହନ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ପ୍ରତିମୂର୍ତି ଅନାବରଣ ଉତ୍ସବ ଶୁକ୍ରବାର ତାଙ୍କ ବାସଭନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସ୍ମୃତିସଭାରେ ଅତିଥିମାନେ ସ୍ୱର୍ଗତ ମହାନ୍ତିଙ୍କ ସାମାଜିକ ଜୀବନ, ଲୋକସେବା ଓ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସାମ୍ବାଦିକ ପ୍ରଦୀପ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମାଜସେବୀ ସଞ୍ଜୟ ଦାସ, ସରପଂଚ ସୀତାକାନ୍ତ ମିଶ୍ର, ହୃଦାନନ୍ଦ କର, ରାମଚନ୍ଦ୍ର ସାହୁ, ବିପିନ ବିହାରୀ ରାଉତ, ସଞ୍ଜୀବ ସାହୁ, ନିତ୍ୟାନନ୍ଦ ଘଡ଼ାଇ, ରବୀନ୍ଦ୍ର ସାହୁ, ନୟରଞ୍ଜନ ନାୟକ, କୀର୍ତନ ପଣ୍ଡା, ବିରଂଚି ମହାପାତ୍ର, ଅଚ୍ୟୁତାନନ୍ଦ ବାରିକ ଓ ବିଶ୍ୱନାଥ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ସ୍ମୁତି ଚାରଣ କରିଥିଲେ। ପୁଅ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଅତିଥିମାନଙ୍କୁ ସ୍ୱାଗତ କରି ମଂଚାସୀନ କରାଇଥିବା ବେଳେ ଆଦିତ୍ୟ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ନିରାକାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଗ୍ରାମବାସୀ, ଶୁଭେଚ୍ଛୁ ଓ ପରିବାର ସଦସ୍ୟ ଯୋଗଦେଇ ସ୍ୱର୍ଗତ ଲାଲମୋହନ ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

SOURCE: ODIA PUA