Home national news oriya ବଲିୟୁଡ୍ କଣ୍ଠଶିଳ୍ପୀ ନାଭିଆଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ବଲିୟୁଡ୍ କଣ୍ଠଶିଳ୍ପୀ ନାଭିଆଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

2
0

Source :- ODIA PUA

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅଣିଜୋ ପଚାଂୟତ ନରିପୁର ଠାରେ ୪ ଦିନ ବ୍ୟାପି ଚାଲିଥିବା ଆଚଂଳିକ ଆଦର୍ଶ ରଜ ମହୋତ୍ସବ ବୁଧବାର ରାତ୍ରରେ ଉଦ୍‌ଯାପିତ ହୋଇଯାଇଛି । ଶେଷ ରାତ୍ରର ସାଂସ୍କୃତିକ ସଭାକୁ କମିଟିର ବାପି ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ମୁଖ୍ୟବକ୍ତା ଭୁବନେଶ୍ୱରର ବିଶିଷ୍ଟ ମହିଳା ଉଦ୍ୟୋଗୀ ସମାଜସେବିକା ସୃଷ୍ଟି ସୋମେନ୍‌, ବିଶିଷ୍ଟ ଅତିଥି ବରିଷ୍ଠ ସମ୍ବାଦିକ ହେମନ୍ତ ସିଂହ, ସମ୍ମାନିତ ଅତିଥି ଅବିନାଶ ସାମନ୍ତରାୟ, ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ, ଚାରିଗାଁ ସମିତି ସଭ୍ୟ ଧରଣୀ ଧର କର, ମଣ୍ଡଳ ସାଧରଣ ସମ୍ପାଦକ ସୁବାଷ ପଣ୍ଡା,ମହାନ୍ତିପଡା ସମିତି ସଭ୍ୟ ନିର୍ମଳ ନାୟକ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀ ଓ ସମ୍ବର୍ଦ୍ଧିର୍ତ ପ୍ରତିଭାଙ୍କୁ ସମ୍ବର୍ଦ୍ଧତି କରିଥିଲେ । ଶେଷରେ ବଲିୟୁଡର ପପ୍ ସିଙ୍ଗର ନାଭିଆ ଜାଇତିଙ୍କ ସୁମଧୁର କଣ୍ଠରେ ନୃତ୍ୟ, ସଙ୍ଗୀତ, ଦର୍ଶକଙ୍କୁ ମତୁଆଲା କରିଥିଲା । ସମ୍ପାଦକ କପିଳେନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଉପ-ସଭାପତି ଶ୍ରୀକାନ୍ତ ପଣ୍ଡା, ଗଣେଶ ଜେନା, ମଦନ ମୋହନ ଚୌଧୁରୀ, ସୁବ୍ରତ ପଣ୍ଡା, ରଞ୍ଜନ ପାଣିଗ୍ରାହୀ, ଗଣେଶ ଜେନା, ରମେଶ ପଣ୍ଡା, ଜଗତଜୀବନ ପାଣିଗ୍ରାହୀ, ରବିନ୍ଦ୍ର ପଣ୍ଡା, ନିରଞ୍ଜନ ପାଢୀ, ଲକ୍ଷ୍ମୀଧର ପଣ୍ଡା, ପ୍ରଦୀପ ଜେନା, ପ୍ରଦୀପ ପଣ୍ଡା, ବିକ୍ରମ ପଣ୍ଡା, ଆହାଲ୍ଲାଦ ଜେନା, ଲକ୍ଷ୍ମୀଧର ଜେନା, ଜିତେନ୍ଦ୍ର କର, ସରୋଜ ଜେନା,ଦେବଦତ ପଣ୍ଡା, ସନ୍ତୋଷ ପଣ୍ଡା, ପ୍ରଫୁଲ୍ଲ ତ୍ରିପାଠୀ, ଉମାକାନ୍ତ ପଣ୍ଡା, ଗୟାଧର ଜେନା, ରଙ୍ଗାଧର ଜେନା ପ୍ରମୁଖ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରିଥିଲେ ।

SOURCE: ODIA PUA