Home national news oriya ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଅବସର କାଳୀନ ସମ୍ବର୍ଦ୍ଧନା ସଭା

2
0

Source :- ODIA PUA

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକ ନପଙ୍ଗ ପଂଚାୟତ ଜୋରାଗଡିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅନ୍ନଦା କୁମାରୀ ନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶିକ୍ଷାବିତ ପ୍ରିତିକାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସମ୍ବର୍ଦ୍ଧନା ସଭାକୁ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ସଂଯତ କୁମାର ସାମଲ, ଉମାକାନ୍ତ ରାଉତ, ଗୋପୀ ନାଥ ମହାନ୍ତି, ବିକାଶ ଦାସ, ଆରତୀ ନାୟକ, ମୋନାଲିସା ରାୟ ପ୍ରମୁଖ ଯୋଗଦେଇ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ କେବଳ ବହିର ପାଠ ପଢ଼ାଇ ନଥାନ୍ତି, ବରଂ ଜଣେ ଶିଶୁକୁ ଉତମ ମଣିଷ ଭାବରେ ଗଢ଼ି ତୋଳିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ବୋଲି ମତ ବ୍ୟକ୍ତ କରିଥିଲେ। ସ୍କୁଲ ପରିଚାଳନା କମିଟି ସଭାପତି ଜଗନ୍ନାଥ ଦାସ ଅତିଥି ପରିଚୟ ଓ ଧନ୍ୟବାଦ୍ ଦେଇଥିବା ବେଳେ ଶିକ୍ଷୟତ୍ରୀ ଟୁନି ନାୟକ ମାନପତ୍ର ପାଠ କରିଥିଲେ।ଆୟୋଜିତ ସମ୍ବର୍ଧନା ସଭା କାର୍ଯ୍ୟକ୍ରମକୁ ଅଜୟ ପତି, ପରମେଶ୍ୱର ବଳ, ପ୍ରିତି କାନ୍ତ ସ୍ୱାଇଁ, ମହେଶ୍ୱର ମହାନ୍ତି, ନିର୍ମଳ ପାତ୍ର କୌଶଲ୍ୟା ସେଠୀ ପ୍ରମୁଖ ପରିଚାଳନା କରିଥିଲେ। ସ୍ଥାନୀୟ ଗ୍ରାମବାସି ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ।

SOURCE: ODIA PUA