Home national news oriya ଅସ୍ତଳ ଗ୍ରାମର ବିଶିଷ୍ଟ ସମାଜସେବୀ, ଧର୍ମପରାୟଣ ରବିନ୍ଦ୍ର ନାଥ ଦାସଙ୍କ ପରଲୋକ

ଅସ୍ତଳ ଗ୍ରାମର ବିଶିଷ୍ଟ ସମାଜସେବୀ, ଧର୍ମପରାୟଣ ରବିନ୍ଦ୍ର ନାଥ ଦାସଙ୍କ ପରଲୋକ

1
0

Source :- ODIA PUA

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ଅସ୍ତଳ ନରିପୁର ଗ୍ରାମର ବିଶିଷ୍ଟ ସମାଜସେବୀ, ଧର୍ମପରାୟଣ, ତଥା ପରିବହନ ବିଭାଗର ମୁଖ୍ୟ କିରାଣୀ ରବିନ୍ଦ୍ର ନାଥ ଦାସଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ୮୫ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ଦାସ ପରିବହନ ବିଭାଗରେ ମୁଖ୍ୟ କିରାଣୀ ଭାବେ ଅନୁଗୁଳ, ଭଦ୍ରକ, ଢେଙ୍କାନାଳ, ଭୁବନେଶ୍ୱର ପ୍ରମୁଖ ଜିଲ୍ଲାରେ ଦକ୍ଷତାର ସହ କାର୍ଯ୍ୟ କରି ଅବସର ନେଇଥିଲେ। ସେ ଜଣେ ମୁରବୀ, ପରୋପକାରୀ, ସମାଜସେବୀ, ଧର୍ମପରାୟଣ, ଅମାୟିକ ବ୍ୟକ୍ତି ଭାବେ ସବୁଠି ପରିଚିତ ଥିଲେ। ତାଙ୍କର ସହଧର୍ମିଣୀ ଛବିଲତା, କନ୍ୟା ରୂପଶ୍ରୀ, ପୁତ୍ର ରୂପକ, ତନ୍ମୟ, ସୋଭାଗ୍ୟ, ପ୍ରମୁଖ ଗ୍ରାମବାସୀ ମୃତ୍ୟୁ ସମୟରେ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର, ଆଡଭୋକେଟ୍ ତଥା ସାମ୍ବାଦିକ ଅଶୋକ କୁମାର ନାୟକ, କାଉନସିଲର ଗୀତାଞ୍ଜଳି ଦାସ, ପୂର୍ବତନ କାଉନ୍‌ସିଲର ଗଜେନ୍ଦ୍ର ପଣ୍ଡା, ଶରତ ପଢ଼ିଆରୀ, ଯୁବ ସମାଜସେବୀ ସୂର୍ଯ୍ୟକୁମାର ଦାସ, ସମାଜସେବୀ ନୃସିଂହ ପଣ୍ଡା, ଅନନ୍ତ ଚରଣ ପଣ୍ଡା, ନୀଳକଣ୍ଠ ଦାସ, ସୁନନ୍ଦ ପାଢ଼ୀ, ସତ୍ୟ ଦାସ, ଦୀପୁ ସାହୁ, ବାପୁ ସାହୁ, ମଧୁସୂଦନ ଷେଣ୍ଢ, ଯଦୁ ଷେଣ୍ଢ, ଲିପୁ ପଣ୍ଡା, ଶିକ୍ଷାବିତ୍ ତ୍ରିଲୋଚନ ନାୟକ, ରବିନ୍ଦ୍ର ଦାଶଙ୍କ ସମେତ ଗ୍ରାମବାସୀ ଏବଂ ଭଦ୍ରକ ପରିବହନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସ୍ୱର୍ଗତ ରବିନ୍ଦ୍ର ଦାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

SOURCE: ODIA PUA