Source :- ODIA PUA
ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଆଗରପଡା ମହାବିଦ୍ୟାଳୟ ରାଜନିତୀ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧର୍ନା ଦିଆଯାଇଛି । କାର୍ଯ୍ୟକ୍ରମକୁ ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସାନ୍ତନୁ ଜେନା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ବିଭାଗୀୟ ମୁଖ୍ୟ ଅଧ୍ୟାପକ ନିରଞ୍ଜନ ପାଲ୍, ପ୍ରକାଶ କୁମାର ରାଉତଙ୍କ ତତ୍ୱାବଧାନରେ ଅଧ୍ୟାପିକା ପ୍ରେମଲତା ଦାଶ, ଅଧ୍ୟାପକ ଏଜି ଅଲ୍ଲୀ, ବିଜୟ କୁମାର ଷଣ୍ଢ, ସୁଚିତ୍ରା ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ପାଠପଢା ସମୟର ସଦବିନିଯୋଗ କରି ଭବିଷ୍ୟତରେ ଭଲ ମଣିଷ ହେବା ପାଇଁ ସୁପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।
SOURCE: ODIA PUA




