Home national news oriya ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ତଥା ସାଇବର ସଚେତନତା ଶିବିର

ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ତଥା ସାଇବର ସଚେତନତା ଶିବିର

3
0

Source :- ODIA PUA

ଭଦ୍ରକ, ୧୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ସାଇବର ସଚେତନତା ଶିବିର ବେଷ୍ଟ୍ ଇଞ୍ଜିନିୟରିଂ କଲେଜରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥି ଭାବରେ ବେଷ୍ଟ ଇଞ୍ଜିନିୟରିଂ କଲେଜ ର ଅଧକ୍ଷ, ଭଦ୍ରକ ଡାକ ବିହାଗର ବିଜନେସ ଏକ୍ଜିକ୍ୟୁଟିଭ, ଜିଲ୍ଲା ଆର୍ôଥକ ସେବା ଓ ସଞ୍ଚୟ ଅଧିକାରୀ ମୋନାଲିସା ପଣ୍ଡା, ସାଇବର ଥାନା ର ଅଧକ୍ଷ ଦୟାନିଧି ଦାସ, ଧାମନଗର ଥାନାର ଏସ୍ ଆଇ, ଭଦ୍ରକ ଲିଡ୍ ବ୍ୟାଙ୍କ ର ସି ଏଫ୍ ଏଲ୍ ଅଶ୍ୱିନୀ କୁମାର ନାୟକ, ପୂର୍ବତନ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ପଦ୍ମନ କୁମାର ରାୟ ମହୋଦୟ ଯୋଗ ଦେଇଥିଲେ। ଏହି ସଭାରେ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ସଭା ପରିଚାଳିତ କରିଥିଲେ ଓ ପିଲାମାନଙ୍କୁ ସଂଚୟର ମହତ୍ୱ ଜଣାଇବା ସହ ଆର୍ôଥକ ସକ୍ଷାର ସମାଜ ଗଢ଼ିବା ପାଇଁ ସହାୟକ ହେବ ବୋଲି କହି ଅନୁପ୍ରାଣିତ କରିଥିଲେ। ଏହିସଭା ର ପ୍ରଥମ ଭାଗରେ ପିଲାମାନଙ୍କ ମଧ୍ୟରେ ଆର୍ôଥକ ସାକ୍ଷରତା ଏବଂ ସାଇବର ସୁରକ୍ଷା ସମ୍ପର୍କିତ ବିଭିନ୍ନ ଟପିକ ରେ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପରବର୍ତୀ ପର୍ଯ୍ୟାୟ ରେ ସାଇବର ସେଲ ଅଧ୍ୟକ୍ଷ ଓ ଧାମନଗର ଥାନା ର ଏସ ଆଇ ପିଲାମାନଙ୍କୁ ସାଇବର ଅପରାଧୀ ମାନଙ୍କ ଶିକାରରୁ ବଞ୍ଚିବାର ଉପାୟମାନ ବୁଝାଇଥିଲେ ଓ ପିଲାମାନଙ୍କୁ ସୋସିଆଲ ମିଡ଼ିଆର ସଠିକ୍ ବ୍ୟବହାର କରିବାର ଉପାୟମନ ଜଣାଇ ଥିଲେ। ଡାକ ବିଭାଗର ଅଧିକାରୀ ଡାକଘରେ ଉପଲବ୍ଧ ସମସ୍ତ ସଂଚୟ ଯୋଜନା ଗୁଡିକ ସମ୍ବଧରେ ଜଣାଇଥିଲେ। ପଦ୍ମନ କୁମାର ରାୟ ଓ ବେଷ୍ଟ ଇଞ୍ଜିନିୟରିଂ କଲେଜର ଅଧକ୍ଷ ପିଲାମାନଙ୍କୁ ସଂଚୟ ପାଇଁ ଅନୁପ୍ରାଣିତ କରିଥିଲେ ଓ ଚିଟ୍ ଫଣ୍ଡ ଠକେଇ ଶିକାର ନହେବାକୁ ପରାମର୍ଶ ଦେଇଥିଲେ। ଏହି ସଭାରେ ବେଷ୍ଟ ଇଞ୍ଜିନିୟରିଂ କଲେଜର ମୋଟ ୨୦୦ ଜଣ ଛାତ୍ର ଛାତ୍ରୀ, ମହାବିଦ୍ୟାଳୟ ର କର୍ମକର୍ତା ଓ ଡାକ ବିଭାଗ ଏଜେଂଟ ମାନେ ଯୋଗଦେଇଥିଲେ । “ସଚେତନତା ହିଁ ସବୁଠାରୁ ବଡ ପାଶୱାର୍ଡ’ ଏହି ଥିମ୍ ରେ ସଭାଟି ଆୟୋଜିତ ହୋଇଥିଲା। ସଭା ଶେଷରେ ପିଲାମାନଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା ଓ ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ସଭାଟିକୁ ସଫଳ କରିବାରେ ମହାବିଦ୍ୟାଳୟ ର ସମସ୍ତ କାର୍ଯ୍ୟ କର୍ତା, ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ବିଭାଗ ର କର୍ମକର୍ତା ଓ ଡାକ ଏଜେଂଟ ମାନେ ସହାୟକ ହୋଇଛନ୍ତି।

SOURCE: ODIA PUA