Home national news oriya ଇଣ୍ଡିଆ ବ୍ଲକର ଦିଲ୍ଲୀ ଚଲୋ ଆନ୍ଦୋଳନକୁ ସମର୍ଥନ ଜଣାଇ ନଳଗୋହିରା ବଜାରରେ ତ୍ରିରଙ୍ଗା ଶୋଭାଯାତ୍ରା

ଇଣ୍ଡିଆ ବ୍ଲକର ଦିଲ୍ଲୀ ଚଲୋ ଆନ୍ଦୋଳନକୁ ସମର୍ଥନ ଜଣାଇ ନଳଗୋହିରା ବଜାରରେ ତ୍ରିରଙ୍ଗା ଶୋଭାଯାତ୍ରା

3
0

Source :- ODIA PUA

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବହିଷ୍କାର ଓ ଦେଶଦ୍ରୋହ ଅପରାଧରେ ଗିରଫ , ଜନବିରୋଧି ଏସ୍ ଆଇ ଆର ବାତିଲ , ଦେଶବାସୀଙ୍କ ଭୋଟ ଦେବାର ଅଧିକାରର ସୁରକ୍ଷା , ଇଭିଏମ ହଟାଇ ବାଲାଟ ପେପରରେ ଭୋଟ, ବ୍ୟାପକ ନିର୍ବାଚନୀ ସଂସ୍କାର ଆଣିବା ଆଦି ଦାବିରେ ଦେଶବ୍‌ଯାପୀ ଚାଲିଥିବା ଐତିହାସିକ ଜନ ଆନ୍ଦୋଳନ ଓ ଦିଲ୍ଲୀ ସ୍ଥିତ ରାମଲୀଳା ମୈଦାନରେ ଅନୁଷ୍ଠିତ ” ଭୋଟ ବଞ୍ଚାଅ- ଦେଶ ବଞ୍ଚାଅ’ ମହାସମାବେଶକୁ ସମର୍ଥନ କରି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନଳଗୋହିରା ବଜାରରେ ଆଜି ସିପିଆଇ(ଏମ) ନଳଗୋହିରା ଶାଖା ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ମଳୟ ଭୋଇ, ଚାନ୍ଦବାଲି ଆଞ୍ଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା, ନଳଗୋହିରା ସିପିଆଇ(ଏମ) ଶାଖା ସଂପାଦକ ଗଣେଶ ଜେନା, ସିପିଆଇ(ଏମ) ନେତା ଅଶୋକ ଭୋଇ, ବାଇଧର ସେଠୀ,ସନାତନ ଜେନା,ସନ୍ତୋଷ କୁମାର ସେଠୀ, ବଳରାମ ବେହେରା, ଖଗେଶ୍ୱର ବେହେରା ପ୍ରମୁଖ ସାମିଲ ହୋଇ ଜ୍ଞାନେଶ କୁମାର ଗିରଫ ହେବା ପର୍ଯ୍ୟନ୍ତ ନଳଗୋହିରା ପଞ୍ଚାୟତରେ ଜନଆନ୍ଦୋଳନ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ।

SOURCE: ODIA PUA