Source :- ODIA PUA
ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହାଟଡିହି ବ୍ଲକର ପଢିଆରୀପଲ୍ଳୀ ଗ୍ରାମପଚାଂୟତ ଅଧୀନରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଏସିବି ଫାଉଣ୍ଡେସନ କାହାଳିଆଗଢିଆ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ସ୍ମରଣୀୟ ଗୁରୁଦିବସ ପାଳନ ଅବସରରେ ବିଭିନ୍ନ ପଚାଂୟତ ଯଥା ପଢିଆରୀପଲ୍ଲୀ ,ରାଇଘାଟି, ଧନୁର୍ଜୟପୁର, ବାଲିବରେଇ, ହଦଗଡ, ସୋସୋ ଓ ବାଙ୍ଗୋର ଅଧିନରେ ଥିବା ବିଭିନ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଭକ୍ତ, ଶୃଙ୍ଖଳା,କର୍ତବ୍ୟନିଷ୍ଠା, ନମ୍ରତା, କଠୋର ସାଧନା, ସମାୟନୁବର୍ତୀ, ସଂସ୍କାରଧର୍ମୀ ଆଦି ନୈତିକ ଓ ସାମଗ୍ରିକ ଶିକ୍ଷାରେ ଶ୍ରେଷ୍ଠ ଛାତ୍ରଛାତ୍ରୀ ମାନଙ୍କୁ ଗୁରୁ ଶିଷ୍ୟର ପରମ୍ପରା ପ୍ରତୀକ ସ୍ୱରୁପ ଏକଲବ୍ୟ ପୁରସ୍କାର ୨୦୨୬ ଗୁରୁ ପୂଜନ ଓ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭା ମାନଙ୍କରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ । ଉକ୍ତ ପବିତ୍ର ସ୍ମରଣୀୟ ଗୁରୁଦିବସ ପାଳନ ଓ ଏକଲବ୍ୟ ପୁରସ୍କାର ବିତରଣ ସଭା ବିଶେଷ କରି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଧର୍ନୁଜୟପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଭକ୍ତ, ଶୃଙ୍ଖଳା, ନମ୍ରତା, କର୍ତବ୍ୟନିଷ୍ଠା, ବଳିଷ୍ଠ ସାଧନା, ସମୟାନୁବର୍ତର୍ିତା, ସଂସ୍କାରଧର୍ମୀ ଆଦି ନୈତିକ ଓ ସାମଗ୍ରିକ ଶିକ୍ଷାର ଶ୍ରେଷ୍ଠ ଛାତ୍ରଛାତ୍ରୀ ମାନଙ୍କୁ ଗୁରୁ ଶିଷ୍ୟ ପରମ୍ପରା ପ୍ରତୀକ ସ୍ୱରୁପ ଏକଲବ୍ୟ ପୁରସ୍କାର-୨୦୨୬ ବିତରଣ ସଭାରେ ପ୍ରଧାନଶିକ୍ଷକ ତଥା ସଭାପତି ପ୍ରଫୁଲ କୁମାର ଦାସ ମହୋଦୟ ସଭାପତିତ୍ୱ କଲାବେଳେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ବରିଷ୍ଠ ସମାଜସେବୀ ଓ ଆଧ୍ୟାମିôକବାଦୀ ଅଜୟ କୁମାର ନାୟକ ମହୋଦୟ ମୁଖ୍ୟ ଅତିଥି ଭାବେ ଏସିବି ଫାଉଣ୍ଡେସନ କାହାଳିଆଗଢିଆର ଉପଦେଷ୍ଟା ଅର୍ଜୁନ ଚରଣ ଶତପଥି ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଉକ୍ତ ସଭାରେ ବରିଷ୍ଠ ଶିକ୍ଷକ ଅଚ୍ୟୁତାନନ୍ଦ ସେଠୀ ମଂଚ ପରିଚାଳନା କରିଥିଲେ । ଗୁରୁପୂଜନ କାର୍ଯ୍ୟକ୍ରମରେ ସର୍ବ ପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଫଟୋଚିତ୍ରରେ ମାନ୍ୟଗଣ୍ୟ ଅତିଥି ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସଙ୍ଗେ ସଙ୍ଗେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଗୁରୁ ବନ୍ଦନା କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଗୁରୁଜୀ ଗୁରୁମା ଙ୍କୁ ପୂଜାର୍ଚ୍ଚନା ସହ ଗଭୀର ଭକ୍ତିପୂତ ପ୍ରଣାମ କରିବା ସହ ଗୁରୁ ଦିବସ ଉପରେ ସମ୍ୟକ୍ ଭାଷଣ ଦେଇଥିଲେ । ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ସଭାପତି ତଥା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଗୁରୁଦିବସର ମାହାତ୍ମ୍ୟ ଓ ଏକଲବ୍ୟ ପୁରସ୍କାର ବିଷୟରେ ସମ୍ୟକ ଅଭିଭାଷଣ ରଖିଥିଲେ । ତତ୍ପରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ପ୍ରଧାନଶିକ୍ଷକ ଶ୍ରେଷ୍ଠ ଛାତ୍ରଛାତ୍ରୀ ମାନଙ୍କୁ ଏକଲବ୍ୟ ପୁରସ୍କାର ବିତରଣ କରାଯାଇ ସଭା ସାଙ୍ଗ କରାଯାଇଥିଲା ।
SOURCE: ODIA PUA




