Home national news oriya ଓଳାରେ ଜବରଦଖଲ ସ୍ଥାନ ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଓଳାରେ ଜବରଦଖଲ ସ୍ଥାନ ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

1
0

Source :- ODIA PUA

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ତହସିଲର କୁଲଣା ରାଜସ୍ୱ କାର୍ଯାଳୟ ଅନ୍ତର୍ଗତ ଓଳା ଗ୍ରାମରେ ଅନାବାଦୀ, ଶ୍ମଶାନ, ବିଦ୍ୟାଳୟ, ଦେବସ୍ଥଳୀ ,ବସ୍ତି ଯୋଗ୍ୟ କିସମର ଅନେକ ଜମିକୁ କିଛି ମୁଷ୍ଟିମେୟ ଲୋକ ଜବରଦଖଲ କରି ରଖିଛନ୍ତି।ଫଳରେ ଯାନବାହନ ଯାତାୟାତ ସମେତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଗ୍ରାମବାସୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହି ମୌଜାର ଖତିୟାନ ନମ୍ବର ୪୬୮ ଓ ୪୬୯ ରେ ଅନେକ ଖସଡ଼ା ଜବରଦଖଲରେ ରହିଛି।ଏ ବିଷୟରେ ପୂର୍ବରୁ ସ୍ଥାନୀୟ ତହସିଲଦାର ଓ ରାଜସ୍ୱ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲା ବେଳେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେଣୁ ଜବରଦଖଲ ହୋଇଥିବା ଜମିର ବିବରଣୀ ପ୍ରଦାନ କରି ଗ୍ରାମବାସୀ ମାନେ ଜବରଦଖଲ ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ଗ୍ରାମର ପ୍ରଦୀପ ସାହୁ,ଅଶ୍ୱିନୀ ଖିଲାର,ପରମାନନ୍ଦ ସାହୁ,ଜ୍ଞାନରଞ୍ଜନ ପାତ୍ର ପ୍ରମୁଖ ଅନେକ ଲୋକଙ୍କ ସ୍ୱାକ୍ଷର ସମ୍ବଳିତ ଦାବିପତ୍ରର ନକଲ ମଧ୍ୟ ଜିଲାପାଳ ଓ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି।

SOURCE: ODIA PUA