Home national news oriya କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳନା କମିଟି ବୈଠକ, ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବାକୁ ଜିଲାପାଳଙ୍କ ଆହ୍ୱାନ

କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳନା କମିଟି ବୈଠକ, ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବାକୁ ଜିଲାପାଳଙ୍କ ଆହ୍ୱାନ

3
0

Source :- ODIA PUA

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ଭଦ୍ରକ ବ୍ଲକ୍ ଅନ୍ତର୍ଗତ କୋର୍କରା ଠାରେ ଥିବା ଏକମାତ୍ର କେନ୍ଦ୍ରୀୟ ବିଦ୍ୟାଳୟର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ଏହି ବୈଠକରେ ଯୋଗ ଦେଇଥିଲେ। ଜିଲାପାଳ ଶ୍ରୀ ଉପାଧ୍ୟାୟ ପହଂଚିବା ପରେ ତାଙ୍କୁ ପରିଚାଳନା କମିଟି, ଷ୍ଟାଫ୍ ଓ ଛାତ୍ରଛାତ୍ରୀମାନଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଲାଇବ୍ରେରୀ ହଲ୍‌ରେ ଅନୁଷ୍ଠିତ ଏହି ବୈଠକରେ ସେ ଯୋଗଦେଇ ଉଦ୍‌ବୋଧନ ଦେଇ କହିଲେ ଯେ ଛାତ୍ରମାନେ ସମାଜର ମେରୁଦଣ୍ଡ। ଅଧ୍ୟୟନକୁ ଗୁରୁତ୍ୱ ଦେବା ସହ ଉତମ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଶୃଙ୍ଖଳିତ ଜୀବନ ଯାପନ ସହ ଉଚ୍ଚ ଶିକ୍ଷିତ ହୋଇ ସମାଜର ଜଣେ ଭଲମଣିଷ ହେବାପାଇଁ ପିଲାମାନଙ୍କୁ କହିଥିଲେ। ପରେ ସେ ପିଏମ୍‌ଶ୍ରୀ ଯୋଜନାରେ ପ୍ରତିଷ୍ଠା କରାଯାଇଥିବା ଏକ ଲେବ୍ରୋଟାରୀକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଜିଲାପାଳ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସପାଲଙ୍କ ସହ ଶିକ୍ଷାନୁଷ୍ଠାନଟିର ଶୈକ୍ଷିକ ବାତାବରଣ, ଅଭାବ ଅସୁବିଧା ଓ ଭିତିଭୂମିର ବିକାଶ ସଂପର୍କରେ ଆଲୋଚନା କରିଥିଲେ। ଏହାବ୍ୟତୀତ ବିଦ୍ୟାଳୟର ବର୍ଷସାରା ହେଉଥିବା କାର୍ଯ୍ୟକ୍ରମ ଯଥା ଶିଶୁଦିବସ, କ୍ରୀଡା ଆଦି ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ପଚାରି ବୁଝିଥିଲେ। କମିଟି ତରଫରୁ ବିଦ୍ୟାଳୟ ସମ୍ମୁଖ ରାସ୍ତାର ଉନ୍ନତିକରଣ ଓ ପ୍ରବେଶ ପଥରେ ବିଶେଷକରି ସ୍କୁଲ ଆରମ୍ଭ ଓ ଛୁଟି ସମୟରେ ପ୍ରବଳ ଭିଡ ହେଉଥିବାରୁ ପିଲାମାନଙ୍କ ସୁରକ୍ଷା ନିମନ୍ତେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାବ୍ୟତୀତ ଖେଳ ପଡିଆର ଉନ୍ନତି ଓ ଶିକ୍ଷକ ନିଯୁକ୍ତି ସଂପର୍କରେ କମିଟି ତରଫରୁ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ଶେଷରେ ସେ ବିଦ୍ୟାଳୟ ପରିସର ବୁଲିଥିଲେ ଓ ସେଠାରେ ବୃକ୍ଷରୋପଣ କରିଥିଲେ। ଅନୁଷ୍ଠିତ ଏହି ବୈଠକରେ ପ୍ରିନ୍ସପାଲ ପଦ୍ମାବତୀ ଦ୍ୱିବେଦୀ, ଦେବୀପ୍ରସନ୍ନ ଘୋଷ, ସେଂଟ ଜାଭିୟର ପ୍ରିନ୍ସପାଲ ତନୁଶ୍ରୀ ଦତ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ରାଉତଙ୍କ ସହ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ତୃପ୍ତିମୟୀ ପାତ୍ର, ଡିଏଭି ଏସ୍‌ଡିପିଏସ୍ ପବ୍ଲିକ୍ ସ୍କୁଲର ପ୍ରିନ୍ସପାଲ ଏମଆର କେଶୀ ଦାସ, କମିଟିର ସଦସ୍ୟ ଓ ପୂର୍ତ ବିଭାଗର ଏସଇ ପ୍ରମୁଖ ଉପସ୍ଥିତ ଥିଲେ।

SOURCE: ODIA PUA