Source :- ODIA PUA
ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ଷେଣ୍ଢତିରା ଶ୍ରୀ ଗଣେଶ ୟୁଥ୍ କ୍ଲବ ଆନୁକୂଲ୍ୟରେ ୧୭ ବର୍ଷ ଧରି ବିଘ୍ନ ବିନାସକଙ୍କ ପୂଜାର୍ଚ୍ଚନା ଧୁମ ଦାମରେ ପାଳନ କରାଯାଉଛି । ଚଳିତ ବର୍ଷ ସ୍ଥାନୀୟ ବଜାର ପୋଖରୀରୁ କଳସ ଅଣାଯାଇ ସୁନିଲ୍ ସେନାପତିଙ୍କ ଦ୍ୱାରା ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା । ପଣ୍ଡିତ ବଟକୃଷ୍ଣ ପାଢୀ ଠାକୁରଙ୍କ ବିଧି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ବ୍ଲକ ପକ୍ଷରୁ କ୍ଲବର ସଭାପତି ସୁନିଲ ସେନାପତି , ସମ୍ପାଦକ ସଞ୍ଜିବ କୁମାର ଖଣ୍ଡାଇ, ଶଶିକାନ୍ତ ଜେନା, ଅବିନାଶ ପାଢୀ, ମନୋଜ ସ୍ୱାଇଁ, ଶୁଭରଞ୍ଜନ ଜେନା, ଶାନ୍ତନୁ କୁମାର ଜେନା, ଜୀବନ ଖଣ୍ଡେଇ, ସନୁ ଜେନା, କୁନ ଜେନା ପ୍ରମୁଖଙ୍କ ନେତୃତ୍ୱରେ ପ୍ରଥମ ଦିବସରେ ବଜାର ସଫେଇ, ଦ୍ୱିତୀୟ ଦିବସରେ ସୋରର ଦିବ୍ୟାଙ୍ଗ ସମାଜ ପକ୍ଷରୁ ଭଜନ ପରିବେଷଣ, ତୃତୀୟ ଦିବସରେ ସ୍ୱାସ୍ଥ୍ୟ ସେବା ଶିବିର, ଯୋଗଶିକ୍ଷା ଆଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶହ ଶହ ଲୋକେ ଉପଭୋଗ କରୁଥିବା ବେଳେ ସେବା କାର୍ଯ୍ୟରେ ସାମିଲ ହେଉଛନ୍ତି । ସମ୍ପୃକ୍ତ ଅଚଂଳର ସଫଳ ବ୍ୟବସାୟୀ ସୁନିଲ ସେନାପତି, ସଞ୍ଜିବ ଖଣ୍ଡାଇ, ଅବିନାଶ ପାଢୀ ପ୍ରମୁଖ ଉତ୍ସାହୀ ଯୁବକ ମାନେ ଗଣେଶ ପୂଜା ଆରମ୍ଭ କରିଥିବା ବେଳେ ପରବର୍ତୀ ସମୟରେ ଏହି ଧାର୍ମର୍ିର୍କ ଓ ସେବାକାର୍ଯ୍ୟରେ ଶତାଧିକ ଯୋଡି ହୋଇଛନ୍ତି ।
SOURCE: ODIA PUA




