Home national news oriya ଜାତି ଓ ଜନଜାତିର ଜନ ସଂର୍ପକ କାର୍ଯ୍ୟକ୍ରମ

ଜାତି ଓ ଜନଜାତିର ଜନ ସଂର୍ପକ କାର୍ଯ୍ୟକ୍ରମ

2
0

Source :- ODIA PUA

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବ୍ଲକରେ ଥିବା ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ ମାନଙ୍କୁ ନେଇ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ପୂର୍ତି ଅବସରରେ ବିକାଶର ଧାରା ଓଡିଶା ସାରା ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କୃଷ୍ଣ ଚରଣ ବିଦ୍ୟାମନ୍ଦିର, ବିଷ୍ଣୁ ମୋହନ ସଂସ୍କୃତ ବିଦ୍ୟାଳୟ କଟିଣା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆଗରପଡା ର ୪୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ଜାତି ଓ ଜନଜାତିର ପଚାଂୟତ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ବ୍ଲକ ଭାରପ୍ରାପ୍ତ ଜନ ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ସଂଯୋଜନାରେ ଏଡିଏମ୍ ସରୋଜ କୁମାର ଦତ ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟ ବିଶେଷକରି ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କ ପାଇଁ ଆଲୋକିକରଣ,ପିଇବା ପାଣି, ଶହେ ସିଟ୍‌ର ଛାତ୍ରାବାସ, ପାଠ ପଢିବା ସୁବିଧା,ଆଶ୍ରମ ସ୍କୁଲ୍ ଆଦି ଖୋଲା ଯାଉଥିବା ବେଳେ ସେମାନଙ୍କ ରହିବା, ଖାଇବା ଓ ମାଗଣାରେ ପଢିବା ପ୍ରତି ସରକାର ଗୁରୁତ୍ୱାରୋପ କରୁଥିବା କଥା କହିଥିଲେ । ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀତାକାନ୍ତ ରାଉତ, ଗ୍ରାମ ପଚାଂୟତ ଅଧିକାରୀ ସୂଚୀସ୍ମିତା ବାରିକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କର ଦୁଇ ବର୍ଷର ଉପଲବ୍ଧି ଉପରେ ମତ ରଖିଥିଲେ । ଏହି ଅବସରରେ ଟିଲୋ ସାଇ ଅମ୍ବୃତ ଭଜନ ପକ୍ଷରୁ ସୁବାଷ ଧଳ, ଅଜୟ କୁମାର ଜେନା, ଦାମୋଦର ଜେନା, ମୁକ୍ତିକାନ୍ତ ଜେନା, ଶରତ ଜେନା ସଙ୍ଗୀତ ମାଧ୍ୟମରେ ସରକାରଙ୍କ ଉପଲବ୍ଧି ରଖିଥିବା ବେଳେ ତିନି ଜଣ ଜନଜାତିର ପଚାଂୟତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଗରପଡା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରାଇବାରି ହେମ୍ବ୍ରମ, ମାନି ସିଂ, ସୁମିତ୍ରା ବାରଦା ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମକୁ ମିତ୍ରଭାନୁ ସ୍ୱାଇଁ, ଆଲୋକ ପଢିଆରୀ, ଜିତେନ୍ଦ୍ର ସାହୁ, ରତନୀ ଜେନା ସହଯୋଗ କରିଥିଲେ ।

SOURCE: ODIA PUA