Home national news oriya ଜିଲ୍ଲା ଠିକାଦାର ସଂଘର ଧାରଣା ୧୨ଦିନରେ ପହଂଚିଲା

ଜିଲ୍ଲା ଠିକାଦାର ସଂଘର ଧାରଣା ୧୨ଦିନରେ ପହଂଚିଲା

2
0

Source :- ODIA PUA

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଓଡିଶା ଠିକାଦାର ସଙ୍ଘ ଓ ଭଦ୍ରକ ଜିଲ୍ଲା ଠିକାଦାର ସଙ୍ଘ ମିଳିତ ବିଚାର ବିମର୍ଶ ଏବଂ ପୂର୍ବ ସରକାର ର ନିଷ୍ପତି କ୍ରମେ ସିଡ୍ୟୁଲ ରେଟ ଟେଣ୍ଡର ପକାଇବା ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ଆଖୁଆପଦା ଜଳ ସମ୍ପଦ ବିଭାଗ ର ୩୫ ଗୋଟି କାମର ଟେଣ୍ଡର ବାହାରିବା ପରେ ଠିକାଦାରମାନେ ଟେଣ୍ଡର ପକାଇ ଥିଲେ। ହେଲେ ଯାଜପୁର ଓ କେନ୍ଦ୍ରାପଡା ସହ ଖୋର୍ଦ୍ଧା ଜିଲ୍ଲାର କେତେଜଣ ଠିକାଦାର ଚଂଚକତା କରି ନିର୍ଦ୍ଧା ରିତ ସିଡ୍ୟୁଲ ରେଟ ଠାରୁ ବହୁ କମ ରେ ଟେଣ୍ଡର ପକାଇ ବାରୁ ବିବାଦ ଆରମ୍ଭ ହୋଇ ପ୍ରତିବାଦ ସଭା ଆରମ୍ଭ ହୋଇ ଆଜି ୧୨ଦିନରେ ପହଁଚିଛି ଏ କଥା ମୁଖ୍ୟ ଯନ୍ତ୍ରୀ ଏସି ଙ୍କ ନିକଟ ରେ ପହଁଚିଥିବା ବେଳେ ଏ ସି ଏହାର ସମାଧାନ ନକରି ଚଂଚକତା କରି ଲେସ ଟେଣ୍ଡର ପକାଇ ଥିବା ଠିକାଦାରଙ୍କୁ ଅନୁକମ୍ପା ମୂଲକ ସାହାର୍ଯ୍ୟ କରୁଛନ୍ତି ବୋଲି ଜିଲ୍ଲା ଠିକାଦାର ସଂଘ ଅଭି ଯୋଗ କରିବା ସହିତ ଆଗକୁ ଆହୁରି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ସଭା କରିବା ପାଇଁ ଚେତାବନୀ ଦେଇଛନ୍ତି।

SOURCE: ODIA PUA