Home national news oriya ଜ୍ଞାନେଶ କୁମାରଙ୍କୁ ଗିରଫ ଦାବିରେ ଇଣ୍ଡିଆ ବ୍ଲକ ପକ୍ଷରୁ ଭଦ୍ରକରେ ପ୍ରତିବାଦ ସଭା

ଜ୍ଞାନେଶ କୁମାରଙ୍କୁ ଗିରଫ ଦାବିରେ ଇଣ୍ଡିଆ ବ୍ଲକ ପକ୍ଷରୁ ଭଦ୍ରକରେ ପ୍ରତିବାଦ ସଭା

3
0

Source :- ODIA PUA

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଓ ଗିରଫ କରିବା, ଏସ୍ ଆଇ ଆର ସଂପୂର୍ଣ୍ଣ ବାତିଲ କରିବା, ଭାରତରେ ବ୍ୟାପକ ନିର୍ବାଚନୀ ସଂସ୍କାର ଆଣିବା, ଇଭିଏମ ହଟାଇ ବାଲାଟ ପେପରରେ ଭୋଟ କରାଇବା ଆଦି ଦାବି ନେଇ ଇଣ୍ଡିଆ ବ୍ଲକ ଭଦ୍ରକ ଶାଖା ଓ ” ଏସ୍‌ଆଇଆର୍ ବିରୁଦ୍ଧରେ ଜନଗଣ ‘ ପକ୍ଷରୁ ମିଳିତ ଭାବେ ଭଦ୍ରକ ଅପର୍ତିବିନ୍ଧା ଛକଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜାତୀୟ କଂଗ୍ରେସ ଜିଲ୍ଳା ସଭାପତି ନଳିନୀକାନ୍ତ ମହାନ୍ତି, କଂଗ୍ରେସ ନେତା ରାଜେନ୍ଦ୍ର ପ୍ରସାଦ ଜେନା, କଂଗ୍ରେସ ନେତା ବିଜୟ ବାରିକ୍‌, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ସିପିଆଇ(ଏମ) ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ବରିଷ୍ଠ ନେତା ରାଧାନାଥ ଦାସ, ବରିଷ୍ଠ ନେତା ପ୍ରଭାସ ମହାପାତ୍ର, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ଗିରିଧାରୀ ନାଥ, ସିପିଆଇଏମଏଲ (ଲିବରେସନ) ଜିଲ୍ଲା ସଂପାଦକ ସମର ବଳ, ମହିଳା ନେତ୍ରୀ ଜୟନ୍ତୀ ବିଶ୍ୱାଳ, ମହିଳା ନେତ୍ରୀ ରଞ୍ଜିତା ପଣ୍ଡା, ଯୁବନେତା ବିନୋଦ ସାହୁ, ଯୁବନେତା ପ୍ରତାପ ସେଠୀ, ଯୁବନେତା ବିପ୍ଳବ ଯେନା,ବରିଷ୍ଠ ଆଇନଜୀବୀ ଜୟନୂଲ ଆବେଦିନ, ମହିଳା ନେତ୍ରୀ ରୋଜାଲିନି ସାମ୍ୟବାଦୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିବା ସହ ଭୋଟ ଚୋର ଜ୍ଞାନେଶ କୁମାର ଇସ୍ତଫା ଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜିଲ୍ଲା ତମାମ ଚାଲୁ ରହିବ ବୋଲି କେନ୍ଦ୍ର ସରକାରଙ୍କୁ ଇଣ୍ଡିଆ ବ୍ଲକର ଜିଲ୍ଲା ନେତୃବୃନ୍ଦ ଚେତାବନୀ ଦେଇଥିଲେ ।

SOURCE: ODIA PUA