Home national news oriya ତିହିଡି଼ ବିଇଓ ଦାୟିତ୍ୱ ପରେ ଆହୁରି ତୁଲାଉଛନ୍ତି ତିନିଟି ପଦବୀ ଦାୟିତ୍ୱ ,ତିହିଡି ବ୍ଲକରେ ଭୁଷୁଡିବ...

ତିହିଡି଼ ବିଇଓ ଦାୟିତ୍ୱ ପରେ ଆହୁରି ତୁଲାଉଛନ୍ତି ତିନିଟି ପଦବୀ ଦାୟିତ୍ୱ ,ତିହିଡି ବ୍ଲକରେ ଭୁଷୁଡିବ ଶିକ୍ଷା ବ୍ୟବସ୍ଥା

1
0

Source :- ODIA PUA

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଗୋଷ୍ଠୀ ଶିକ୍ଷାଧିକାରୀ (ବିଇଓ) ଶୁଭେନ୍ଦୁ କୁମାର ମହାରାଜ ତିନିଟି ପଦବୀର ଦାୟିତ୍ୱ ତୁଲାଉଥିଲେ । ପୁଣି ତାଙ୍କୁ ତିହିଡି ବିଇଓ ଦାୟିତ୍ୱ ଦିଆଯାଇଛି। ତେବେ ଜଣେ ଅଧିକାରୀ ୪ଟି ଦାଇତ୍ୱରେରହିବା ପରେ କେମିତି ସବୁ ବିଭାଗର ଦାଇତ୍ୱ ତୁଲାଇ ପାରିବେ ସେ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି।ବିଇଓ ଏକ ଗୁଋତ୍ୱ ପୂର୍ଣ୍ଣ ପଦବୀ ହୋଇଥିବାବେଳେ ସେ କିପରି ଏହାକୁ ସାମ୍ଭାଳିବେ ତାହା ସାଧାରଣରେ ଆଲୋଚନା ହେଉଛି।ନୂତନ ବିଇଓ ମହାରାଜ ଚାନ୍ଦବାଲି ଓ ତିହିଡି଼ ବ୍ଲକର ୩ ପଦବୀରେ ଥିବା ବେଳେ ତାଙ୍କୁ ପୁଣି ବିଇଓ ଦାୟିତ୍ୱ ଅର୍ପଣ କରାଯାଇଛି । ଏହାଦ୍ୱାରା ତିହିଡି଼ ବ୍ଲକରେ ଶିକ୍ଷାର ସୁପରିଚାଳନା ଓ ଅଗ୍ରଗତି ନେଇ ସନ୍ଦେହ ସୃଷ୍ଟି ହୋଇଛି । ଜଣାଯାଇଛି ଯେ ତିହିଡି଼ ବ୍ଲକରେ କାର୍ଯ୍ୟରତ ଥିବା ବିଇଓ ସୂର୍ଯ୍ୟଶିଖା ମହାନ୍ତିଙ୍କର ଗତ ମାସ ୧୫ତାରିଖରେ ବଦଳି ହୋଇଯିବା ପରେ ଏହି ପଦବୀ ଫାଙ୍କା ପଡିଥିଲା । ଏବିଇଓ ଲଷ୍ମୀପ୍ରିୟା ମାଝୀ ଏହି ଦାୟିତ୍ୱ ସମ୍ଭାଳି ଥିଲେ । ଏବେ ବିଇଓ ଭାବେ ମହାରାଜ କାର୍ଯ୍ୟରେ ଯୋଗ ଦେଇଛନ୍ତି । ବିଇଓ ମହାରାଜ ଚାନ୍ଦବାଲି ବ୍ଲକରେ ବିଇଓ, ସେହି ବ୍ଲକର ଘେଂଟଶ୍ୱରସ୍ଥିତ ଅପର୍ତି ଚରଣ ହାଇସ୍କୁଲ ଓ ତିହିଡି଼ ବ୍ଲକର ପୀରହାଟ ଶାନ୍ତି ଶୈଳେନ୍ଦ୍ର ହାଇସ୍କୁଲର ପ୍ରଧାନଶିକ୍ଷକ ଅଛନ୍ତି । ଏହି ୩ଟି ଦାୟିତ୍ୱ ପରେ ସେ ତିହିଡି଼ରେ କେମିତି ବିଇଓ ଦାୟିତ୍ୱ ସମ୍ଭାଳିବେ ତାହାକୁ ନେଇ ଆଲୋଚନା ହେଉଛି। ତିହିଡି଼ ବ୍ଲକର ବିଭିନ୍ନ ସ୍କୁଲରେ ଶିକ୍ଷକ ଅଭାବ ପରି ବହୁ ସମସ୍ୟା ଥିବା ବେଳେ ନୂତନ ବିଇଓଙ୍କ ପକ୍ଷେ ଏହାର ସମାଧନ କଷ୍ଟସାଧ୍ୟ ହେବା ନିଶ୍ଚିତ ହୋଇଛି । ଏପରିସ୍ଥିରେ ଜଣେ ନିୟମିତ ବିଇଓ ନିଯୁକ୍ତି ପାଇଁ ଦାବି ହୋଇଛି । ଏହି ଅବସରରେ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ନୂତନ ବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ସଂଘର ସଭାପତି ମାୟାଧର ସାହୁ,ସମ୍ପାଦକ ରମାକାନ୍ତ ଦାସ,ଜିଲ୍ଲା କୋଷାଧ୍ୟକ୍ଷ ଗିରିଧାରୀ ଚାନ୍ଦ,କାର୍ଯ୍ୟକାରୀ ସମ୍ପାଦକ ବଂଶୀଧର ଦାସ,ସଙ୍ଗଠନ ସମ୍ପାଦକ ଶ୍ରୀନାଥ ମଳିକ,କୋଷାଧ୍ୟକ୍ଷ ମନ୍ମଥ ଦାସ,ସହ ସମ୍ପାଦକ ଦେବବ୍ରତ ଶତପଥୀ, ସସ୍ମିତା ମଞ୍ଜରୀ ନାୟକ,ଚନ୍ଦନ ପାତ୍ର, ଶିବବ୍ରତ ମିଶ୍ର,ତ୍ରିନାଥ ସେଠୀ, କେଶବ ଚନ୍ଦ୍ର ସାହୁ ପ୍ରମୁଖ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

SOURCE: ODIA PUA