Source :- ODIA PUA

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଐତିହ୍ୟ ଗ୍ରାମ ଦୋଳପଦୀରେ ୧୩ ତମ ରଜ ଉତ୍ସବ ପାଳିତ ହୋଇଛି । ସକାଳେ ମ୍ୟୁଜିକ ଚେୟାର, ଶଙ୍ଖପୁଙ୍ଖା, ହୁଳହୁଳି ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ମହିଳା ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଆୟୋଜିତ ସଭାକୁ ଅଶୋକ କୁମାର ଖୁଟିଂଆ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଜଗନ୍ନାଥ ପାତ୍ର ଓଡିଶାର ଗରିମାମୟ ଐତିହ୍ୟ ଓ ପରମ୍ପରାକୁ ସ୍ମରଣୀୟ କରିବାର ମାଧ୍ୟମ ରଜପର୍ବ ବୋଲି କହିଥିଲେ । ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ଲେଙ୍କା, ସେବାନିବୃତ ଜଳ ସେନାଅଧିକାରୀ ସୋମନାଥ ଧଳ, ଅବସରପ୍ରାପ୍ତ ବନ୍ଦର ଅଧିକାରୀ ଶ୍ୱେତ କୁମାର ରାଉତ, ନାଟ୍ୟକାର ଭାଗବତ ସାହୁ ପ୍ରମୁଖ ରଜ ପର୍ବ ଉପରେ ମତ ରଖିଥିଲେ । ଏହି ଅବସରରେ ପ୍ରତିଭା ସମ୍ବର୍ଦ୍ଧନା ଦିଆଯିବା ସହ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅବନୀ କୁମାର ଖୁଟିଂଆ ଧନ୍ୟବାଦ ଅର୍ପଣ କରିଥିଲେ ।

SOURCE: ODIA PUA