Home national news oriya ଧର୍ମପ୍ରାଣା ଶାନ୍ତିଲତାଙ୍କ ପରଲୋକ

ଧର୍ମପ୍ରାଣା ଶାନ୍ତିଲତାଙ୍କ ପରଲୋକ

3
0

Source :- ODIA PUA

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୋସୋ ଗ୍ରାମ ପଚାଂୟତ ଅଧିନସ୍ଥ କାନପୁର ଗ୍ରାମର ସମାଜସେବିକା ଶାନ୍ତିଲତା ଖମାରୀ (୭୪)ଙ୍କ ମଧ୍ୟାହ୍ନରେ ପରଲୋକ ହୋଇଯାଇଛି । ସୌଚ ପାଇଁ ଯିବା ବେଳେ ସେ ପଡିଯିବାରୁ ଅଚେତ୍ ହୋଇ ଯାଇଥିଲେ । ତୁରନ୍ତ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ଚିକିତ୍ସାରେ ଅଗ୍ରଗତି ନହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଘରକୁ ଅଣାଯାଇଥିବା ବେଳେ ସେ ମୃତ୍ୟୁବରଣ କରିଛନ୍ତି । ସ୍ୱର୍ଗତଃ ଶାନ୍ତିଲତା ଜଣେ ପରୋପକାରୀ, ଦୟାଳୁ, ଧର୍ମପରାୟଣା ମହିଳା ଥିବା ବେଳେ କାନପୁର ଗ୍ରାମ଼ରେ ସେ ତାରିଣୀ ମନ୍ଦିର କରି ଲୋକଙ୍କ ପ୍ରିୟ ଭାଜନ ହୋଇଥିଲେ । ମୃତ୍ୟୁଶଯ୍ୟା ନିକଟରେ ବଡପୁଅ ସୁରେଶ, ବହୁ ଗୀତାଞ୍ଜଳୀ, ମଝିଆ ପୁଅ ସଦାଶିବ , ବହୁ ଅନିତା, ସାନପୁଅ ଜଳଧର, ବହୁ ହିତେଶ୍ୱରୀ, ଦିଅର ଚକ୍ରଧର ଖମାରୀ, ଝିଅ ସୁଜାତା ଖମାରୀ, ସୁନିତା, ନୟନା, ମାମି , ଜ୍ୱାଇଁ ଦେବାଶିଷ, ମାୟାଧର, ନାତି ସାଇ, ଅଂଶୁ, ବଂଟି ଓ ନାତୁଣୀ ପାୟଲ ଉପସ୍ଥିତ ଥିଲେ । ଖବରପାଇ ଶିକ୍ଷାବିତ୍ ବିଜୟ କୁମାର ଜେନା, ବିଶ୍ୱରଞ୍ଜନ ପାଣିଗ୍ରାହୀ, ଗୌରାଙ୍ଗ ରାଉତ, ପୂର୍ବତନ ସରପଚଂ ବୈଲୋଚନ ନାୟକ,ମହେନ୍ଦ୍ର ଖମାରୀ, ସନ୍ତୋଷ ଜେନା ପ୍ରମୁଖ ଶବାଧାରରେ ସାମିଲ୍ ହୋଇ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଥିଲେ । ତାଙ୍କ ମୃତ୍ୟୁରେ ସଂପୃକ୍ତ ଅଚଂଳରେ ଶୋକର ଛାୟା ଖେଳିଯାଇଛି ।

SOURCE: ODIA PUA