Home national news oriya ‘ଧର୍ମ ଓ ଶିକ୍ଷାର ସଂଯୋଗ ସେତୁ’ ଥିଲେ ସ୍ୱର୍ଗତ ମହେଶ୍ୱର ସାହୁ (ଦାସ),ଭାବପୂର୍ଣ୍ଣ ସ୍ମୃତି ଚାରଣ...

‘ଧର୍ମ ଓ ଶିକ୍ଷାର ସଂଯୋଗ ସେତୁ’ ଥିଲେ ସ୍ୱର୍ଗତ ମହେଶ୍ୱର ସାହୁ (ଦାସ),ଭାବପୂର୍ଣ୍ଣ ସ୍ମୃତି ଚାରଣ ଓ ସ୍ମରଣିକା ଉନ୍ମୋଚିତ

2
0

Source :- ODIA PUA

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିକ୍ଷା ଓ ଆଧ୍ୟାତ୍ମିକତାର ମହାସମନ୍ୱୟ ଥିଲେ ଅବସରପ୍ରାପ୍ତ ଶିକ୍ଷକ ତଥା ପରୋପକାରୀ ସାଧୁ ମହେଶ୍ୱର ସାହୁ (ଦାସ)। ତାଙ୍କର ପରଲୋକ ପରେ ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ପଞ୍ଚାୟତର ଇଟୁଆ ଗ୍ରାମସ୍ଥିତ ତାଙ୍କ ବାସଭବନ ପରିସରରେ ଏକ ଭାବପୂର୍ଣ୍ଣ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ତାଙ୍କ ଜୀବନୀକୁ ଆଧାର କରି ଏକ ସ୍ମରଣିକା ଉନ୍ମୋଚନ କରାଯାଇଛି।ମଙ୍ଗଳବାର ଦିନ ଆୟୋଜିତ ଏହି ସଭାରେ ବକ୍ତାମାନେ ସ୍ୱର୍ଗତ ସାହୁଙ୍କୁ ଜଣେ ଆଦର୍ଶ ଶିକ୍ଷକ, ଛାତ୍ରବତ୍ସଳ, ଧର୍ମପରାୟଣ ଏବଂ ସମାଜସେବୀ ବ୍ୟକ୍ତିତ୍ୱ ଭାବେ ଅଭିହିତ କରିଥିଲେ। ସାପକାତିଆ ମଠର ଟ୍ରଷ୍ଟି ଭାବେ ତାଙ୍କର ଆଧ୍ୟାତ୍ମିକ ଅବଦାନ ଓ ସମାଜ ପ୍ରତି ଥିବା ସମର୍ପଣ ଭାବ ସମସ୍ତଙ୍କୁ ଅନୁପ୍ରାଣିତ କରିଥିଲା।ଛାତ୍ର ତଥା ସମାଜସେବୀ ଖିରୋଦ ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଦୋବଲ ସରପଞ୍ଚ ଅଶୋକ କୁମାର ପଣ୍ଡା କହିଥିଲେ ଯେ, ମହେଶ୍ୱର ବାବୁଙ୍କ ଭଳି ମହାନ ବ୍ୟକ୍ତିଙ୍କ ସ୍ମୃତି ଚିରକାଳ ଅମଳିନ ରହିବ। ବରିଷ୍ଠ ବିଜେପି ନେତା ତଥା ତାଙ୍କର ପୁରାତନ ଛାତ୍ର ବଦ୍ରି ନାରାୟଣ ଧଳ ସ୍ୱର୍ଗତ ସାହୁଙ୍କ ସହ ତାଙ୍କର ଅତୀତର ସ୍ମୃତି ରୋମନ୍ଥନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି ସଭାରେ ବିଜେଡି ବ୍ଲକ ସଭାପତି ପ୍ରତାପ ସାମଲ, ଶିକ୍ଷାବିତି ଯୁଧିଷ୍ଠିର ପଣ୍ଡା, ଦଧିବାମନ ମିଶ୍ର, ଶରତ ସାହୁ, ଭୋଳାନାଥ ସାହୁ, ଗୋବିନ୍ଦ ତ୍ରିପାଠୀ, ଲକ୍ଷ୍ମୀଧର ପଣ୍ଡା, ଗୌରାଙ୍ଗ ମଲିକ, ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର, ମନୋଜ ଦାସ, ସଞ୍ଜୀବ ମହାନ୍ତି ଏବଂ ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରି ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ବଳରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପୂର୍ବତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

SOURCE: ODIA PUA