Source :- ODIA PUA

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଧାମନଗର ପୂଜ୍ୟପୂଜା ସାଂସ୍କୃତିକ ପରିଷଦ’ ପକ୍ଷରୁ ପରିବେଶ ସୁରକ୍ଷା ଓ ସଚେତନତା ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଐତିହାସିକ ମୁକୁନ୍ଦଦେବଙ୍କ ନିହତ ପୀଠ ଗୋହିରାଟିକିରି ଠାରେ ଅନୁଷ୍ଠିତ ହୋଇଯାଇଛି। ବର୍ତମାନର ଦ୍ରୁତ ଜଳବାୟୁ ପରିବର୍ତନ ଓ ବଢ଼ୁଥିବା ପ୍ରଦୂଷଣ ସମୟରେ ପରିବେଶକୁ ସୁସ୍ଥ ରଖିବା ପ୍ରତ୍ୟେକ ନାଗରିକର ଦାୟିତ୍ୱ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଧାମନଗର ପଂଚାୟତ ସମିତିର ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପରିଷଦର ଉପ-ସଭାପତି ହୃଦାନନ୍ଦ କର,ପୂର୍ବତନ ଏ ବି ଇ ଓ ଭୋଳାନାଥ ସାହୁ ଯୋଗ ଦେଇଥିଲେ। ପରିଷଦ ର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରି ପରିବେଶକୁ ସବୁଜ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।ଏହି ଅବସରରେ ପୂଜ୍ୟ ପୂଜା ସାଂସ୍କୃତିକ ପରିଷଦର ସଦସ୍ୟ ପଦ୍ମନାଭ ରାଉତ, ପିତାମ୍ବର ବିଶ୍ୱାଳ, ଦେବାଶିଷ ରଥ, ଜ୍ଞାନେନ୍ଦ୍ର ସାହୁ, ମନୋଜ କୁମାର ଦାସ, ପ୍ରଶାନ୍ତ କୁମାର ସାହୁ, ସଞ୍ଜୀବ ମହାନ୍ତି, ଜଗବନ୍ଧୁ ପ୍ରଧାନ ଏବଂ ପଂଚାନନ ନାୟକ ପ୍ରମୁଖ ସାମିଲ ହୋଇ ପରିବେଶ ସୁରକ୍ଷା ନିମନ୍ତେ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।ସାମ୍ବାଦିକ ସୁଧାକର ଦାଶ ବେଦ ପାଠ କରିଥିଲେ ।କାର୍ଯ୍ୟକ୍ରମରେ ପ୍ରକୃତିର ସୁରକ୍ଷା ପାଇଁ ବୃକ୍ଷରୋପଣ, ଜଳ ସଂରକ୍ଷଣ, ପରିଷ୍କାର ପରିଚ୍ଛନ୍ନତା, ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ, ବନୀକରଣ, ପ୍ରଦୂଷଣ ମୁକ୍ତ ପରିବେଶ, ଜୈବ ବିବିଧତା ସଂରକ୍ଷଣ, କୁହୁଡ଼ି ଓ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ସଚେତନତାର ବାର୍ତା ଦିଆଯାଇଥିଲା। “ଗଛ ଲଗାଅ, ଜୀବନ ବଂଚାଅ’ର ବାର୍ତା ସମସ୍ତଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା।ଶେଷରେ, ପରିବେଶକୁ ସୁସ୍ଥ ଓ ନିର୍ମଳ ରଖିବା ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ଏହି ଅବସର ରେ ସ୍ଥାନୀୟ ମଠ ରେ ଚାରା ରୋପଣ ସହ ସ୍ଥାନୀୟ ଲୋକ ଙ୍କୁ ଚାରା ବଂଟନ କରାଯାଇଥିଲା।

SOURCE: ODIA PUA