Home national news oriya ନରିପୁର ଆଦର୍ଶର୍ ସେବା ସଂଗଠନ ପକ୍ଷରୁ ଚାରା ବଂଟନ

ନରିପୁର ଆଦର୍ଶର୍ ସେବା ସଂଗଠନ ପକ୍ଷରୁ ଚାରା ବଂଟନ

3
0

Source :- ODIA PUA

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧିନତା ଦିବସ ଅବସରରେ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିଯୋଗିତା, ସେବାକାର୍ଯ୍ୟ ଓ ଚରା ବଂଟନ କାର୍ଯ୍ୟ ହାତକୁ ନିଆଯାଇଛି । ଭଦ୍ରକ ଜିଲ୍ଲା ଅଣିଜୋ ପଚାଂୟତର ଅଗ୍ରଣୀ ସାମାଜିକ ସଂଗଠନ ଆଦର୍ଶ ସେବା ସଂଗଠନ ପକ୍ଷରୁ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳେ ବିଦ୍ୟାଳୟର ଛାତ୍ରଛାତ୍ରୀ, ମହିଳା ପୁରୁଷ ଓ ସେବା ସଂଗଠନର କାର୍ଯ୍ୟକର୍ତାଙ୍କୁ ନେଇ ତ୍ରିରଙ୍ଗା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ଆଦର୍ଶ କ୍ଲବ ଠାରେ ଆୟୋଜିତ ସଚେତନତା ସଭାକୁ ସଭାପତି ବାପି ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଆଗରପଡା ଥାନାଧିକାରୀ ରାଜେଶ କୁମାର ସେଠୀ ବିଶିଷ୍ଟ ଅତିଥି ଭାବେ କ୍ଲବର ଉପଦେଷ୍ଟା ସାମ୍ବାଦିକ ହେମନ୍ତ ସିଂହ, ସମ୍ମାନିତ ଅତିଥି ଥ୍ରୀ କେୟାଇଟି ସମ୍ପାଦକ କୁମାର ଗୌରବ ଜେନା, ସମାଜସେବୀ ଗଦାଧର ବେହେରା ପ୍ରମୁଖ ସଂଗଠନର ରକ୍ତଦାନ ଶିବିର, ଅଭାବୀଙ୍କୁ ରୋଗୀ ସେବା ଏବଂ ମା ପାଇଁ ବୃକ୍ଷଟିଏ କାର୍ଯ୍ୟକ୍ରମ ଅର୍ନ୍ତଗତ ଚାରା ରୋପଣ ଓ ବଂଟନ ଏବଂ ରଜ ମହୋତ୍ସବର ସକଳ ଆୟୋଜନ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ଶତାଧିକ ମହିଳା ମାନଙ୍କୁ ଅତିଥିଙ୍କ ଦ୍ୱାରା କୃଷ୍ଣଚୂଡା, ରାଧାଚୂଡା, ଆକାଶୀ ଆଦି ଚାରା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ସମ୍ପାଦକ କପିଳେନ୍ଦ୍ର ସାହୁ, ଉପ-ସଭାପତି ଶ୍ରୀକାନ୍ତ ପଣ୍ଡା, ଦେବଦତ ପଣ୍ଡା, ଜ୍ଞାନରଞ୍ଜନ ଦାଶ, ଗୌର ରଞ୍ଜନ ପାଢୀ, ଗଣେଶ ଜେନା, ପ୍ରଦୀପ ଜେନା, ଆଲ୍ଲାଦ ଜେନା, ସୁବ୍ରତ ପଣ୍ଡା, ମଦନମୋହନ ଚୌଧୁରୀ, ଶୈଖର ବେହେରା, ମାଧବ ସେଠୀ ପ୍ରମୁଖ ସହଯୋଗ କରିଥିଲେ ।

SOURCE: ODIA PUA