Source :- ODIA PUA
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଳକର ଅସୁରାଳିସ୍ଥିତ ଆଇଟିଆଇ ପରିସରରେ ଡିଡିଏ ପ୍ରେସ କ୍ଲବ ଏବଂ ମିଳିତ ସାମ୍ବାଦିକ ସାମୁଖ୍ୟ ପକ୍ଷରୁ ‘ସାଧାରଣ ମଣିଷର ସ୍ୱର ହେଉ ସାମ୍ବାଦିକତା’ଶୀର୍ଷକ ଆଲୋଚନାଚକ୍ର ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି।ଡିଡିଏ ପ୍ରେସ କ୍ଲବର ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।ମନ୍ତ୍ରୀ ଶ୍ରୀ ସୂରଜ ସାମ୍ବାଦିକମାନଙ୍କୁ ସର୍ବଦା ନିର୍ଭୀକ ଓ ନିର୍ଭୁଲ ଖବର ପରିବେଷଣ କରିବାକୁ ଆହ୍ୱାନ ଦେଇ ଏହା ଗଣତନ୍ତ୍ରର ପ୍ରକୃତ ଶକ୍ତି ବୋଲି ମତବ୍ୟକ୍ତ କରିଥିଲେ।ସେ କହିଲେ ଯେ, ଜଣେ ସାମ୍ବାଦିକ ଯାହା ଲେଖନ୍ତି, ତାହାକୁ ପାଠକମାନେ ଗୁରୁତ୍ୱ ଦିଅନ୍ତି ଏବଂ ଅନୁସରଣ କରନ୍ତି। ଭୁଲ୍ ଶବ୍ଦ କିମ୍ବା ଭୁଲ୍ ଖବର ସମାଜ ଉପରେ କୁପ୍ରଭାବ ପକାଇଥାଏ। ଏଣୁ ଆଗାମୀ ଦିନରେ ସାମ୍ବାଦିକ ସଂଘ ପକ୍ଷରୁ ନିର୍ଭୁଲ ଖବର ଲେଖା ଏବଂ ଶୁଦ୍ଧ ଓଡ଼ିଆ ଉଚ୍ଚାରଣ ତଥା ଲେଖା ଉପରେ କର୍ମଶାଳା ଆୟୋଜନ କରାଯିବା ଆବଶ୍ୟକ।କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ସବୁବେଳେ ସାଧାରଣ ମଣିଷର ସ୍ୱର ହୋଇ ସରକାର ଏବଂ ପ୍ରଶାସନକୁ ଅବଗତ କରାଇବା ଏକ ବିଶ୍ୱାସର ପ୍ରତିଫଳନ ବୋଲି ମନ୍ତ୍ରୀ ସୂରଜ କହିଥିଲେ।ଡିଡ଼ିଏ ପ୍ରେସ କ୍ଲବର ଉପଦେଷ୍ଟା ଦୀପ୍ତିରଞ୍ଜନ ନାୟକ ସଭା ସଂଯୋଜନା କରିଥିଲେ। ଓଡିଶା ସାମ୍ବାଦିକ ୟୁନିଅନର ରାଜ୍ୟ ସାଧାରଣ ସମ୍ପାଦକ କିଶାନ କୁମାର ରାଉତ,ଓୟୁଜେ ଭଦ୍ରକ ଜିଲ୍ଲା ସଭାପତି ପ୍ରିୟଦର୍ଶନ ବୋଇତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସାମ୍ବାଦିକ ଅନ୍ତର୍ଯ୍ୟାମୀ ଦାସ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ବୈକୁଣ୍ଠ ନାଥ ସାହୁ ଅତିଥି ପରିଚୟ ଏବଂ ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ। ବରିଷ୍ଠ ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନା,ଦୀନବନ୍ଧୁ ଦାଶ ,ରଜତ ପଣ୍ଡା,ମନୋଜ ଦାସ ,ବିଭୂତି ଭୂଷଣ ମଲ୍ଲିକ,ସନ୍ତୋଷ ମହାପାତ୍ର,ବାବାଜୀ ପାଢ଼ୀ,ସ୍ୱାଧୀନ ଦାସ,ସରୋଜ ସେଠୀ,ଜଗନ୍ନାଥ ବେହେରା,ସୂରଜ ସାହୁ,ଅସିତ ଓଝା,ଅଜୟ ପଣ୍ଡା,ସଂଜୀବ ମହାନ୍ତି, ବିଶ୍ୱଜିତ ପଲାଇ,ପଙ୍କଜ ଦାସ,କାଳନ୍ଦୀ ବେହେରା,ଶ୍ରୀକାନ୍ତ ସାହୁ,ଶିଶିର ସ୍ୱାଇଁ,ରଜତ ଲେଙ୍କା, ନିହାର ଦାସ,ହେମନ୍ତ ମହାଳିକ, ସତ୍ୟବାନ ଲେଙ୍କା,ଦୀପକ ବେହେରା,ସ୍ମୃତି ରଂଜନ ଦ୍ୱିବେଦୀ,ସିଦ୍ଧାର୍ଥ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ସାମ୍ବାଦିକ ସିଦ୍ଧାର୍ଥ ଶଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
SOURCE: ODIA PUA




