Home national news oriya ନୂତନ ଶିକ୍ଷାବର୍ଷରେ ସ୍କୁଲ ଖୋଲିବା ଦିନ ଗେଲପୁର ବାପୁଜୀ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ...

ନୂତନ ଶିକ୍ଷାବର୍ଷରେ ସ୍କୁଲ ଖୋଲିବା ଦିନ ଗେଲପୁର ବାପୁଜୀ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ

2
0

Source :- ODIA PUA

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ନୂତନ ଶିକ୍ଷାବର୍ଷରେ ବିଦ୍ୟାଳୟ ଖୋଲିବା ଅବସରରେ ଜିଲ୍ଲାପାଳ ଦିଲୀପ ରାଉତରାଏ ବାପୁଜୀ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଗେଲପୁର ଅଚାନକ ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ଜିଲ୍ଲାପାଳ ଶ୍ରେଣୀ ଗୃହକୁ ଯାଇ ପ୍ରଥମ ଦିନରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ନୂଆ ପାଠ୍ୟପୁସ୍ତକ ବଂଟନ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ,ପାଠ ପଢା ,ପାନୀୟ ଜଳ କ୍ଲାସ ରୁମ୍ ଶୌଚାଳୟ, ମଧ୍ୟାହ୍ନ ଭୋଜନ ଓ ବିଦ୍ୟାଳୟରେ ମିଳୁଥିବା ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରି ଜିଲ୍ଲାପାଳ କହିଥିଲେ ଯେ, ନୂତନ ଶିକ୍ଷାବର୍ଷ ଆରମ୍ଭରୁ ହିଁ ଗୁଣାତ୍ମକ ଶିକ୍ଷା, ଶତ ପ୍ରତିଶତ ନାମଲେଖା ଓ ଉପସ୍ଥାନ ସୁନିଶ୍ଚିତ କରିବାକୁ ହେବ। ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ ଶିକ୍ଷକ ନିଷ୍ଠାର ସହ କାର୍ଯ୍ୟ କରନ୍ତୁ। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ।

SOURCE: ODIA PUA