Home national news oriya ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତଃ ଅର୍ଜୁନ ସେଠୀଙ୍କ ଜୟନ୍ତୀକୁ ବ୍ୟାପକ କରାଯିିବ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତଃ ଅର୍ଜୁନ ସେଠୀଙ୍କ ଜୟନ୍ତୀକୁ ବ୍ୟାପକ କରାଯିିବ

6
0

Source :- ODIA PUA

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରାଜନିତୀର ପିତାମହ ଭୀଷ୍ମ ୮ ଥରର ସାଂସଦ, ଦୁଇ ଥରର ବିଧାୟକ ପୂର୍ବତନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ସ୍ୱର୍ଗତଃ ଅର୍ଜୁନ ସେଠୀଙ୍କ ୮୫ ତମ ଜନ୍ମ ଜୟନ୍ତୀ ପାଳନ ନେଇ ଆଜି ସନ୍ଧ୍ୟାରେ ଆଗରପଡାସ୍ଥିତ ପୂର୍ତ ବିଭାଗ ଡାକ ବଙ୍ଗଳା ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପୂର୍ବତନ ସରପଚଂ ରବିନ୍ଦ୍ର କୁମାର ପଣ୍ଡାଙ୍କ ଆବାହକତ୍ୱରେ ଜିଲ୍ଲା ବିଜେପି ସଭାପତି ଭଗବାନ ପଣ୍ଡା, ଉପ-ସଭାପତି ଅଜୟ ନାୟକ, ସମ୍ପାଦକ କିଶୋର କିଙ୍କର ପଢିଆରୀ, ଭଣ୍ଡାରିପୋଖରୀ ବିଧାନସଭା ବିଜେପିନେତା ଡ. ସୁଧାଂଶୁ ଶେଖର ନାୟକ ପ୍ରମୁଖ ଜୟନ୍ତୀ ପାଳନ ନେଇ ମତ ପୋଷଣ କରିଥିଲେ । ପ୍ରାରମ୍ଭରେ ସାମ୍ବାଦିକ ହେମନ୍ତ ସିଂହ ପୂର୍ବ ବର୍ଷ ଜୟନ୍ତୀ ପାଳନର ବିବରଣୀ ରଖିଥିଲେ । ଜୟନ୍ତୀକୁ ସ୍ମରଣୀୟ କରିବା ନେଇ ସେବାକାର୍ଯ୍ୟ ସହ ବୃକ୍ଷରୋପଣ, ବିଭିନ୍ନ ପ୍ରତିଭାଧର ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା, ସାଂସ୍କୃତିକ ପ୍ରତିଯୋଗିତା କରାଯିବା ନେଇ ଆଲୋଚନା କରାଯାଇଥିଲା । ଏହି ଅବସରରେ ଏକ ପୂର୍ଣ୍ଣାଙ୍ଗ ସ୍ମୃତି କମିଟି ଗଠନ କରାଯାଇଥିଲା । ସଭାପତି ରବିନ୍ଦ୍ର କୁମାର ପଣ୍ଡା, ଉପ-ସଭାପତି ରାମଚନ୍ଦ୍ର ଦାସ, ଶିବାନନ୍ଦ ଦାସଅଧିକାରୀ, ସାଧାରଣ ସମ୍ପାଦକ ହେମନ୍ତ କୁମାର ସିଂହ, ସହ ସମ୍ପାଦକ ବସନ୍ତ ପତି, ନିର୍ମଳ ନାୟକ, କୋଷାଧ୍ୟକ୍ଷ ଭାବେ ଇଂ. ପ୍ରଦୀପ କୁମାର ପୁହାଣଙ୍କୁ ମନୋନୀତ କରାଯାଇଥିଲା । ଉପଦେଷ୍ଟା ମଣ୍ଡଳୀରେ ବିଶିଷ୍ଟ ନାଟ୍ୟକାର ଡ.ସୁଧାଂଶୁ ଶେଖର ନାୟକ, ସମାଜସେବୀ ଅଜୟ ନାୟକ, ଆଇନଜିବୀ ମାଧବାନନ୍ଦ ଦାସ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, କିଶୋର କିଙ୍କର ପଢିଆରୀ, ବନ୍ତ ସମିତିସଭ୍ୟ ପରମେଶ୍ୱର ବାରିକ, କେନ୍ଦୁଆପଦା ସରପଚଂ ଇଂ. ପ୍ରମୋଦ ଜେନା, ବିଜେପି ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ, ଛୟାଳସିଂ ସରପଚଂ ପ୍ରତିନିଧି ସନ୍ତୋଷ ନାୟକ ରହିଥିବା ବେଳେ ଜିତେନ୍ଦ୍ର ନାୟକ, ପଚାଂନନ ପୃଷ୍ଟି, ପ୍ରତିମା ସାହୁ, ଚିନ୍ମୟ ମହାପାତ୍ର, ଅତିଶୀ ପଣ୍ଡା କାର୍ଯ୍ୟକାରିଣୀ ସଭ୍ୟ ରହିଛନ୍ତି । ଉକ୍ତଦିନ କୃତିତ୍ୱ ଚିତ୍ର ପ୍ରଦର୍ଶନ, ସ୍ମୃତିଚାରଣ ସଭା ଓ ପ୍ରତିଭା ସମ୍ବର୍ଦ୍ଧର୍ନାରେ ସାଂସଦ, ମନ୍ତ୍ରୀ ଓ ବିଧାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତଃ ସେଠୀଙ୍କ ସ୍ମୃତି ଚାରଣ ନେଇ ଆଲୋଚନା କରାଯାଇଥିଲା । ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା,ବଙ୍କୁ ଲେଙ୍କା, ବିଷ୍ଣୁ ପଣ୍ଡା, ମଦନମୋହନ ଦାଶ, ରମେଶ ସାହୁ, ମଦନ କଟୁଆଳ, ବାବୁରାମ ବେହେରା, ଜିତେନ୍ଦ୍ର ଶତପଥି, ସୁଶାନ୍ତ ରଣା, ବସନ୍ତ ନାୟକ, ରାଜିବ ଲୋଚନ ରାୟ, କିରଣମୟ ବେହେରା, ଚିନ୍ତାମଣୀ ମହାରଣା, ଟିକି ବେହେରା, ରମା ନାୟକ, ସୁରେନ୍ଦ୍ର କର, ଜ୍ୟୋତିଶଙ୍କର ପଣ୍ଡା, ପୟୋଧର ବାରିକ, କାଳନ୍ଦି ନାୟକ ପ୍ରମୁଖ ଶତାଧିକ ଉପସ୍ଥିତ ଥିଲେ ।

SOURCE: ODIA PUA