Source :- ODIA PUA
ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ପୋଷଣ ମାସ-୨୦୨୬ର ପ୍ରଭାବଶାଳୀ ଯୋଜନା, ସମନ୍ୱୟ ଓ କାର୍ଯ୍ୟାନ୍ୱୟନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସରୋଜ କୁମାର ଦତ୍ତଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଉପଜିଲ୍ଲାପାଳ ଭଦ୍ରକ, ଉଊଗ ଌ ଚଐଙ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ, ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଊଚଉ ମିଶନ ଶକ୍ତି, ମ୍ୟାନେଜର ଜଈଝକ, ଊଝଡଙ, ସମସ୍ତ ପ୍ରୋଗ୍ରାମ ଅଫିସର, ଊଉ-ଚକ୍ଟଗ୍ଦଷବଦ୍ଭ, ଊଚଉ ଗଇଗଇଞଇ ଏବଂ ଜିଲ୍ଲାର ସମସ୍ତ ଉଊଚଙ ମାନେ ଯୋଗଦାନ କରିଥିଲେ। ବୈଠକରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତି, ଜନସାଧାରଣଙ୍କ ସହଭାଗିତା, ସଚେତନତା ସୃଷ୍ଟି ଏବଂ ପୋଷଣ ମାସ-୨୦୨୬ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସମସ୍ତ ବିଭାଗ ଓଉଊଝ କାର୍ଯ୍ୟକର୍ତ୍ତାମାନଙ୍କ ସହ ସମନ୍ୱୟ ରକ୍ଷା କରି ଜିଲ୍ଲା, ବ୍ଲକ୍ ଓ ତୃଣମୂଳ ସ୍ତରରେ ପୋଷଣ ମାସର କାର୍ଯ୍ୟକ୍ରମଗୁଡ଼ିକୁ ପ୍ରଭାବଶାଳୀ ଭାବେ ପହଞ୍ଚାଇବା ପାଇଁ ଅନୁରୋଧ କରାଯାଇଥିଲା। ଶେଷରେ ପୋଷଣ ମାସ-୨୦୨୬କୁ ଅଧିକ ପ୍ରଭାବଶାଳୀ ଓ ସଫଳ କରିବା ସହିତ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଜିଲ୍ଲାବ୍ୟାପୀ ସଫଳତାର ସହ ପୂରଣ କରିବା ନିମନ୍ତେ ସମସ୍ତ ବିଭାଗର ସକ୍ରିୟ ସହଭାଗିତା ଓ ପାରସ୍ପରିକ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରାଯାଇ ବୈଠକ ସମାପ୍ତ ହୋଇଥିଲା।
SOURCE: ODIA PUA



