Home national news oriya ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଖୋଲିଲା

ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଖୋଲିଲା

3
0

Source :- ODIA PUA

ଭଦ୍ରକ, ୯ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡା କୁଆଁଶମଢିଆ ଠାରେ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଉଦଘାଟିତ ହୋଇଯାଇଛି । ରବିବାର ଔଷଧି କେନ୍ଦ୍ରର ପ୍ରୋପାଇଟର ସରୋଜିନୀ ତ୍ରିପାଠୀଙ୍କ ଆବାହକତ୍ୱରେ ଭଦ୍ରକ ବିଶ୍ୱହିନ୍ଦୁ ପରିଷଦର ମାନସ ମହାନ୍ତି, ରତିକାନ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଶୁଭଲକ୍ଷ୍ମୀ ସିଂହ, ସମାଜସେବୀ ରାମଚନ୍ଦ୍ର ଦାସ, ପ୍ରଫୁଲ୍ଲ ସିଂହ, ଗୋପାଳ କୃଷ୍ଣ ଦାଶ,ପୂର୍ବତନ ସରପଚଂ ସତ୍ୟସାଧନ ବେଜ, ଯୁବନେତା କିରଣ ମୟ ବେହେରା, ଟିକି ବେହେରା, ଶୁଭେନ୍ଦ୍‌ୁ ବେହେରା, ବଡ ମହିଷଗୋଠ ସରପଚଂ ପ୍ରତିନିଧି ଦୀପକ ମହାନ୍ତି, ଗଣମାଧ୍ୟମ ପ୍ରତିନିଧି ହେମନ୍ତ ସିଂହ, ପ୍ରଦ୍ୟୁମ୍ନପୁହାଣ, ଅକ୍ଷୟ ସିଂହ, ଜିତେନ୍ଦ୍ର ଶତପଥି ପ୍ରମୁଖ ଉପସ୍ଥିତ ରହି ଉଦଘାଟନ କାର୍ଯ୍ୟରେ ସହଯୋଗ କରିଥିଲେ । ଏହି ଜନ ଔଷଧି କେନ୍ଦ୍ରରେ ୯ ଶହରୁ ଉର୍ଦ୍ଧ ବିଭିନ୍ନ ପ୍ରକାର ଔଷଧ ଉପଲବ୍ଧ ରହିଛି । ଏଲୋପାଥିକ ଔଷଧ ଠାରୁ ଏହି କେନ୍ଦ୍ରରେ ୫୦ ରୁ ୯୦ ପ୍ରତିଶତ କମ୍ ମୂଲ୍ୟରେ ଔଷଧ ଏଠାରେ କ୍ରୟ କରିବା ସହ ଗ୍ରାମାଞ୍ଚଳରୁ ଆସୁଥିବା ଦୁସ୍ତ ଓ ଅଭାବୀ ଲୋକେ ରୋଗୀ ସେବା ପାଇ ପାରିବେ ବୋଲି ପ୍ରୋପାଇଟର ଶ୍ରୀମତି ତ୍ରିପାଠୀ ଜଣାଇଛନ୍ତି । ପ୍ରକାଶଥାଉକି ସଂପୃକ୍ତ ଅଚଂଳଟି ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଜିଲ୍ଲାର ସୀମାନ୍ତବର୍ତୀ ହୋଇଥିବାରୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ରୋଗୀ ଏଠାରେ ଥିବା ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତରୀ ପରାମର୍ଶ କରିଥାନ୍ତି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ସେମାନଙ୍କ ପାଇଁ ସହାୟକ ହୋଇ ପାରିବ ।

SOURCE: ODIA PUA