Home national news oriya ଫେରୱେଲ୍‌ରେ ବ୍ୟସ୍ତ ଶିକ୍ଷକ, ମଧ୍ୟାହ୍ନ ଭୋଜନ ନପାଇ ଘରମୁହାଁ ଛାତ୍ରଛାତ୍ରୀ

ଫେରୱେଲ୍‌ରେ ବ୍ୟସ୍ତ ଶିକ୍ଷକ, ମଧ୍ୟାହ୍ନ ଭୋଜନ ନପାଇ ଘରମୁହାଁ ଛାତ୍ରଛାତ୍ରୀ

3
0

Source :- ODIA PUA

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିକ୍ଷକଙ୍କ ବିଦାୟ ସମାରୋହ ଚାଲିଥିବା ବେଳେ ବିଦ୍ୟାଳୟକୁ ଆସିଥିବା ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ନପାଇ ଘରକୁ ଫେରିଯାଇଥିବା ଅଭିଯୋଗକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ପ୍ରାୟ ୩୫ରୁ ୪୦ ଜଣ ଛାତ୍ରଛାତ୍ରୀ ଖାଦ୍ୟ ନପାଇ ଘରକୁ ଯାଇଥିବା କୁହାଯାଇଛି। ଏହି ଜିଲ୍ଲାର ଧାମନଗର ବ୍ଲକ ରାଧାବଲ୍ଲଭପୁର ଗ୍ରାମର ଜାଗୁଳାଇ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର(ଆଜି) ଶିକ୍ଷକ ସୁକାନ୍ତ ନାୟକଙ୍କ ବିଦାୟକାଳୀନ ସଭା ଆୟୋଜିତ ହୋଇଥିଲା। ଦୀର୍ଘବର୍ଷ ଧରି ଏହି ବିଦ୍ୟାଳୟରେ କାର୍ଯ୍ୟ କରିବା ପରେ ପଦୋନ୍ନତି ପାଇ ଅନ୍ୟ ବିଦ୍ୟାଳୟକୁ ବଦଳି ହୋଇଥିବାରୁ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ତେବେ ଏହି ସମାରୋହ ଚାଲିଥିବା ସମୟରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇନଥିବା ଅଭିଯୋଗ ହୋଇଛି। ଖାଦ୍ୟ ନପାଇ କେତେକ ଛାତ୍ରଛାତ୍ରୀ ଘରକୁ ଯାଇ ଖାଇବା ପରେ ପୁଣି ବିଦ୍ୟାଳୟକୁ ଫେରିଥିବା ଜଣାପଡ଼ିଛି। ଫଳରେ ବିଦାୟ ସମାରୋହ ଆୟୋଜନ ସମୟରେ ପିଲାଙ୍କ ନିୟମିତ ପାଠପଢ଼ା ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କାହିଁକି ପ୍ରଭାବିତ ହେଲା, ତାହାକୁ ନେଇ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ଏନେଇ ପ୍ରଧାନଶିକ୍ଷକ ସୁରେନ୍ଦ୍ର ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ପିଲାମାନଙ୍କୁ ଅଟକାଇବା ସତ୍ୱେ ସେମାନେ ଘରକୁ ଚାଲିଯାଉଛନ୍ତି ଏବଂ ସ୍କୁଲରେ ଖାଉନାହାନ୍ତି। ତେବେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ନେଇ ଉଠିଥିବା ଅଭିଯୋଗର ତଦନ୍ତ ଓ ସ୍କୁଲରେ ଅନିୟମିତା ଏବଂ ମଧ୍ୟାହ୍ନ ହେଲେ ଅର୍ଦ୍ଧାଧିକ ଶିକ୍ଷକ ଘରକୁ ପଳାଉଥିବା ନେଇ ଅଭିଭାବକମାନେ କହିଛନ୍ତି।

SOURCE: ODIA PUA