Home national news oriya ବନ୍ତ ଓ ଆଗରପଡାରେ ଓଡିଶା ବନ୍ଦର ପ୍ରଭାବ

ବନ୍ତ ଓ ଆଗରପଡାରେ ଓଡିଶା ବନ୍ଦର ପ୍ରଭାବ

2
0

Source :- ODIA PUA

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇଣ୍ଡିଆ ବ୍ଲକ ଆହ୍ୱାନରେ ଆଜି ବନ୍ତ ବ୍ଲକରେ କଂଗ୍ରେସ , ସିପିଆଇଓ ସିପିଆଇଏମ ପକ୍ଷରୁ ଓଡିଶା ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ସରିଛି । ଏମଏମଡିଆର ଶଂସୋଧନ ଆଇନ-୨୦୨୬ ରଦ୍ଧ କରିବା, ମୁଖ୍ୟ ନିର୍ବାଚନ କମିଶନରେ ଜ୍ଞାନେଶ କୁମାରଙ୍କୁ ବରଖାସ୍ତ କରିବା, ଶିକ୍ଷା ବ୍ୟବସ୍ଥାର ବିପର୍ଯ୍ୟୟ ପାଇଁ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଏବଂ ବନ୍ୟା ପ୍ରଭାବିତ ଜନଗଣଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ଆଦି ପ୍ରମୁଖ ଦାବୀ ନେଇ ଏହି ବନ୍ଦ ପାଳନ କରାଯାଇଥିଲା । ଥାନା ଛକ ଓ କେନ୍ଦୁଆପଦା ଛକରେ ବ୍ଲକ କଂଗ୍ରେସ ପକ୍ଷରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ବ୍ଲକ କଂଗ୍ରେସ ଉପ-ସଭାପତି ନିରଞ୍ଜନ ମଲ୍ଲିକ, ପୂର୍ବତନ ସରପଚଂ ସେକ ମୁସ୍ତାକ ଅଲ୍ଲୀ, ଯୁବନେତା ଜ୍ୟୋତି ରଞ୍ଜନ ନାୟକ, ସନ୍ଦୀପ କୁମାର ଜେନାଙ୍କ ସମେତ ଶତାଧିକ କର୍ମୀ ବନ୍ଦ ପାଳନରେ ସାମିଲ୍ ଥିଲେ । କେନ୍ଦୁଆପଦା ଛକରେ ସିଆଇଟିୟୁ ପକ୍ଷରୁ ଶ୍ରମିକ ନେତା ମହେଶ୍ୱର ନାୟକ, ସିପିଆଇଏମ୍ ପକ୍ଷରୁ ଦାମୋଦର ଜେନା, ଅନିରୁଦ୍ଧ ଜେନାଙ୍କ ସମେତ ଅନ୍ୟ ମାନେ ସାମିଲ ଥିଲେ । ବନ୍ତ ଥାନା ଛକ ଠାରେ ସିପିଆଇ ଜୋନ ସମ୍ପାଦକ ଗୋପବନ୍ଧୁ ସେଠୀଙ୍କ ନେତୃତ୍ୱରେ ଟିଲୋ ସରପଚଂ ସଂଗ୍ରାମ କେଶରୀ ଜେନା, ବନ୍ତ ଶାଖା ସମ୍ପାଦକ ନିରଞ୍ଜନ ନାୟକ, ପୂର୍ବତନ ସରପଚଂ ଅଭିମନ୍ୟୁ ଜେନା, ଜୋନ ସହ ସମ୍ପାଦକ ଅରବିନ୍ଦ ବିଶ୍ୱାଳ, ପଧାନପଡା ସମିତିସଭ୍ୟା ପ୍ରତିନିଧି ଦୁଲ୍ଲା ଖାଁ , ବିଷ୍ଣୁ ଚରଣ ଜେନା, କମଳାକାନ୍ତ ଜେନା, କିଶୋର ବେହେରା, ପଦ୍ମନାଭ ସ୍ୱାଇଁ, ପର୍ଶୁରାମ ସ୍ୱାଇଁ, ଜୟନ୍ତ ଜେନା, ରାଜୀବ ଖିଲାରଙ୍କ ସମେତ ଶତାଧିକ ସାଥୀ ସମର୍ଥକ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟ ବିରୋଧରେ ସ୍ଲୋଗାନ ଦେଇ ବିକ୍ଷୋଭ କରିବା ସହିତ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରିଥିଲେ । ପରେ ବରିଷ୍ଠ ନେତୃତ୍ୱ ଓ କର୍ମୀ ମାନେ ବିଭିନ୍ନ ସ୍କୁଲ କଲେଜ, ସରକାରୀ କାର୍ଯ୍ୟାଳୟ , ବ୍ୟାଙ୍କ ଏବଂ ଦୋକାନ ଗୁଡିକ ପରିକ୍ରମା କରି ବନ୍ଦ କରିଥିଲେ । ବନ୍ତ- କେନ୍ଦୁଆପଦା ରାସ୍ତାର ନିଳୋକ ବଜାରରେ ମଣିଭଦ୍ର ବିଶ୍ୱାଳ, ସନାତନ ନାୟକ, ନୃସିଂହ ଚରଣ ଦାଶ, ସଂଗ୍ରାମ ଦାଶ, ଅଜୟ ପଣ୍ଡା ପ୍ରମୁଖ ବନ୍ଦ ପାଳନରେ ସାମିଲ୍ ଥିଲେ । ବ୍ଲକର ବିଭିନ୍ନ ବଜାର ଅଚଂଳରେ ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ହୋଇଥିବା ଜଣାଯାଇଛି । ତେବେ ମଧ୍ୟାହ୍ନ ପରେ ଦୋକାନ ବଜାର ଓ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା । ସେହିପରି ଆଜି ଆଗରପଡା ଠାରେ ଓଡିଶା ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ଜୋନ ସଭାପତି ରବିନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ବ୍ଲକ କଂଗ୍ରେସ ସଭାପତି ପୂର୍ବତନ ବିଧାୟକଞ୍ଚପଚାଂନନ ମଣ୍ଡଳ, ଜିଲ୍ଲା କଂଗ୍ରେସ ସମ୍ପାଦକ ମହେଶ୍ୱର ଦାସ, ଗୋପିନାଥପୁର ସରପଚଂ ସବିତାରାଣୀ ନାୟକ, ପୂର୍ବତନ ସରପଚଂ ସତ୍ୟବାନ ଦାସ, ପ୍ର୍‌ଦୀପ ନାୟକ, କଲ୍ପତରୁ ସାହୁ, କାର୍ତିକ ଜେନା, ପୂର୍ବତନ ସମିତିସଭ୍ୟ ଦିଲ୍ଲୀପ ପୁହାଣ,ଯୁବନେତା ତାପସ ରାୟ,ବାବୁ ପଣ୍ଡା, ଚିତରଞ୍ଜନ ରାମ୍‌, ଶିରିଶ ବେହେରା, ସୁବ୍ରତ ପଣ୍ଡା, ପ୍ରକାଶ ମହାକୁଡ, ଜଗା ଧଢା, ବିଜୟ ବାରିକ, ଦେବାଶିଷ ଦାସ, ପ୍ରମୋଦ ପୁହାଣ, ରାଜୁ ଦାସ, ମଇମୁଦ୍ଦିନ ଖାନ୍‌, ଛାୟାକାନ୍ତ ନନ୍ଦ,ଚିନ୍ମୟ ସିଂହ ପ୍ରମୁଖ ଗଣ ଧାରଣାରେ ସାମିଲ୍ ଥିଲେ । ସକାଳେ ଶତାଧିକ କଂଗ୍ରେସ କର୍ମୀ ଓ ନେତୃତ୍ୱ ବାଇକ ଶୋଭାଯାତ୍ରାରେ ଯାଇ ବନ୍ଦକୁ ସମର୍ଥନ ଜଣାଇବା ନେଇ ସଚେତନ କରାଇଥିଲେ । କଂଗ୍ରେସ କର୍ମୀ ମାନେ ଆଗରପଡା ମହାବିଦ୍ୟାଳୟ, କୃଷ୍ଣ ଚରଣ ବିଦ୍ୟା ମନ୍ଦିର, ସରକାରୀ ବାଳିକା ବିଦ୍ୟାଳୟ, ବ୍ୟାଙ୍କ ଆଦିକୁ ବନ୍ଦ କରିଥିଲେ । ଏହି ବନ୍ଦ ଫଳରେ ଆଗରପଡା ରୁ ଭଦ୍ରକ, ଆନନ୍ଦପୁର, ବାଲେଶ୍ୱରକୁ ଯାଉଥିବା ସମସ୍ତ ଗାଡି ମୋଟର ବନ୍ଦ ରହିଥିଲା । ମଧ୍ୟାହ୍ନ ପରେ ଦୋକାନ ବଜାର ଓ ଯାନବାହାନ ଚଳାଚଳ ସ୍ୱଭାବିକ ହୋଇଥିଲା । ସେହିପରି ସିପିଆଇ ଏବଂ ସିପିଆଇଏମ୍ ପକ୍ଷରୁ ଏହି ବନ୍ଦକୁ ସମର୍ଥନ କରି ଧାରଣା ଦିଆଯାଇ ପ୍ରତିବାଦ ସଭା କରାଯାଇଥିଲା । ସିପିଆଇର ରବିନ୍ଦ୍ର ନାୟକ, କୈଳାସ ଜେନା, ଉମାକାନ୍ତ ମହାପାତ୍ର ଏବଂ ସିପିଆଇଏମର ପ୍ରଭାସ ଚନ୍ଦ୍ର ମହାପାତ୍ର, ପ୍ରତାପ ସେଠୀ, ରୋଜାଲିନ୍ ସାମ୍ୟବାଦୀ ପ୍ରମୁଖ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନିତୀକୁ ତୀବ୍ର ସମାଲୋଚନା କରିଥିଲେ ।

SOURCE: ODIA PUA