Home national news oriya ବନ୍ୟା ଦୁର୍ଦ୍ଦଶାରେ ଧାମନଗର: ରିଲିଫ୍ ବଂଟନକୁ ନେଇ ଅସନ୍ତୋଷ, ଧାମନଗର ବନ୍ୟାଂଚଳ ବୁଲିଲେ ପ୍ରଣବ ପ୍ରକାଶ...

ବନ୍ୟା ଦୁର୍ଦ୍ଦଶାରେ ଧାମନଗର: ରିଲିଫ୍ ବଂଟନକୁ ନେଇ ଅସନ୍ତୋଷ, ଧାମନଗର ବନ୍ୟାଂଚଳ ବୁଲିଲେ ପ୍ରଣବ ପ୍ରକାଶ ଦାସ

3
0

Source :- ODIA PUA

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ବନ୍ୟା ପରିସ୍ଥିତି ଜଟିଳ ହେଉଛି ଲୋକଙ୍କ ଅବସ୍ଥା ଯାହା ହେଉଚି ତା ଠାରୁ ଚାଷୀ ଙ୍କ ମେରୁଦଣ୍ଡ ପୁରା ଭାଙ୍ଗିଗଲା।ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଥିବାବେଳେ ବିପନ୍ନଙ୍କ ଦୁର୍ଦ୍ଦଶା ଚରମସୀମାରେ ପହଂଚିଛି। ଏପରି ସମୟରେ ସରକାରୀ ବନ୍ୟା ସହାୟତା ବଂଟନକୁ ନେଇ ଅସନ୍ତୋଷ ଓ ଅଭିଯୋଗ ସାମ୍ନାକୁ ଆସିଛି। ପ୍ରକୃତ ବନ୍ୟା ପ୍ରଭାବିତ ଙ୍କ ନିକଟରେ ପର୍ଯ୍ୟାପ୍ତ ରିଲିଫ ପହଂଚୁ ନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଧାମନଗର ବ୍ଲକର ଅର୍ଜୁନପୁର ଓ ହସନାବାଦ ପଂଚାୟତର ବିଭିନ୍ନ ବନ୍ୟା ପ୍ରଭାବିତ ଅଂଚଳ ଗସ୍ତ କରି ବିପନ୍ନଙ୍କ ସହ ଆଲୋଚନା କରିଛନ୍ତି। ଅର୍ଜୁନପୁର ପଂଚାୟତର ବାଲିପାଟଣା, ତରେଇସାହି, ବ୍ରହ୍ମଚାରୀପାଟଣା, ମୁକ୍ତାନଗର, ମଠସାହି ଏବଂ ହସନାବାଦ ପଂଚାୟତର ମଠସାହି, ବନବାଗ, ହସନାବାଦ, ତଳ ଅସ୍ତକ, ଉପର ଅସ୍ତକ, ପଙ୍ଗଟା ଶାସନ ଓ ଅନଳଡିହ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।ଗ୍ରାମବାସୀମାନେ ଶ୍ରୀ ଦାସଙ୍କ ନିକଟରେ ଅଭିଯୋଗ କରି କହିଥିଲେ ଯେ, ସରକାରୀ ବନ୍ୟା ସହାୟତା ସମସ୍ତ ପ୍ରକୃତ ପ୍ରଭାବିତଙ୍କ ପାଖରେ ପହଂଚି ନାହିଁ। କେତେକ ସ୍ଥାନରେ ଚୁଡ଼ା, ଚିନି ଓ ବିସ୍କୁଟ ଭଳି ସାମଗ୍ରୀ ବଂଟନ ହୋଇଥିବା ବେଳେ ଅନେକ ବିପନ୍ନ ପରିବାର ପର୍ଯ୍ୟାପ୍ତ ସହାୟତାରୁ ବଂଚିତ ଥିବା ସେମାନେ କହିଥିଲେ। ସହାୟତା ଅଭାବରେ ସ୍ଥାନୀୟ ସରପଂଚମାନେ ନିଜସ୍ୱ ସ୍ତରରେ ଲୋକଙ୍କୁ ସହାୟତା ଯୋଗାଇ ଦେଉଥିବା ନେଇ ମଧ୍ୟ ଗ୍ରାମବାସୀ ପ୍ରକାଶ କରିଥିଲେ। ବିପନ୍ନଙ୍କ ଅଭିଯୋଗ ଶୁଣି ଶ୍ରୀ ଦାସ ସେମାନଙ୍କ ସମସ୍ୟା ସରକାରଙ୍କ ଦୃଷ୍ଟିକୁ ଆଣିବା ସହ ପ୍ରକୃତ ଦୁର୍ଗତଙ୍କ ନିକଟରେ ସହାୟତା ପହଂଚାଇବା ପାଇଁ ପଦକ୍ଷେପ ନେବାକୁ ଆଶ୍ୱାସନ ଦେଇଥିଲେ। ଏଥିସହ ସରପଂଚଙ୍କ ମାଧ୍ୟମରେ ନିଜସ୍ୱ ସ୍ତରରୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ସେ କହିଥିଲେ। ଏହି ଗସ୍ତ ସମୟରେ ଧାମନଗର ନିର୍ବାଚନମଣ୍ଡଳୀ ନେତା ଡାକ୍ତର ସଞ୍ଜୟ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ସାରଦା ପ୍ରସନ୍ନ ସାହୁ, ବିଜେଡି ବ୍ଲକ ସଭାପତି ପ୍ରତାପ ସାମଲ, ଯୁବ ସଭାପତି ଭାରତ ବିଜୟ ଦଳେଇ, ଅର୍ଜୁନପୁର ସରପଂଚ ସରିତା ମହାନ୍ତି, ହସନାବାଦ ସରପଂଚ ଅଜୟ ମଲ୍ଲିକ, ପୂର୍ବତନ ବ୍ଲକ ସଭାପତି ଉମେଶ ମହାନ୍ତି, ସମିତି ସଭ୍ୟ ଜ୍ଞାନ ମହାକୁଡ଼ ଓ ସୁଦୀପ୍ତ ଖଟୁଆଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ।

SOURCE: ODIA PUA