Home national news oriya ବାଣିଜ୍ୟ ବିଭାଗରୁ କନିଷ୍ଠଯନ୍ତ୍ରୀଙ୍କୁ ଜଳ ସମ୍ପଦ ବିଭାଗକୁ ବଦଳିକୁ ନେଇ ବଢୁଛି ତିକ୍ତତା, ବାଣିଜ୍ୟ ବିଭାଗର...

ବାଣିଜ୍ୟ ବିଭାଗରୁ କନିଷ୍ଠଯନ୍ତ୍ରୀଙ୍କୁ ଜଳ ସମ୍ପଦ ବିଭାଗକୁ ବଦଳିକୁ ନେଇ ବଢୁଛି ତିକ୍ତତା, ବାଣିଜ୍ୟ ବିଭାଗର ନିର୍ଦେଶକ ବନାମ ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ

3
0

Source :- ODIA PUA

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ବାଣିଜ୍ୟ ବିଭାଗ ଏବଂ ଜଳସମ୍ପଦ ବିଭାଗରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ବଦଳିକୁ ନେଇ ବଢୁଛି ତିକ୍ତତା। ୨୦୨୩ ମସିହାରେ ମୂଳ ବିଭାଗ ଜଳସମ୍ପଦ ବିଭାଗ ତରଫରୁ ନିଯୁକ୍ତି ପାଇଥିବା ଶ୍ରଦ୍ଧାଞ୍ଜଳି ସାହୁ କନିଷ୍ଠଯନ୍ତ୍ରୀ ଭାବେ ଆସି ବାଣିଜ୍ୟ ବିଭାଗରେ ଯୋଗ ଦେଇଥିଲେ । ଇତି ମଧ୍ୟରେ ୩ବର୍ଷ ପୂରଣ ହୋଇଥିବା ବେଳେ ସଂପୃକ୍ତ ଯନ୍ତ୍ରୀ ଜଣକୁ ନିଜର ବିଭାଗକୁ ଫେରିବାକୁ ଜଳସମ୍ପଦ ବିଭାଗ ପତ୍ର ସଂଖ୍ୟା ୩୨୧୨୭/୬/୧୦/୨୦୨୬ରେ ବାଣିଜ୍ୟ ବିଭାଗକୁ ଚିଠି କରିଥିଲା। ଏହି ଚିଠି ବାଣିଜ୍ୟ ବିଭାଗ ନିର୍ଦେଶକଙ୍କ ପାଖରେ ପହଂଚିବା ପରେ ସଂପୃକ୍ତ କନିଷ୍ଠଯନ୍ତ୍ରୀକୁ ବାଣିଜ୍ୟ ବିଭାଗର ନିର୍ଦେଶକ ନିଜ ଅଧିନରେ ରଖିବାକୁ ଚାହିଁଥିଲେ ଫଳରେ ଏହି ବଦଳି ଆଦେଶକୁ ବେଖାତିର କରିବା ସହ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କୁ ବାଣିଜ୍ୟ ବିଭାଗରୁ ଭାରମୁକ୍ତ କରି ନଥିଲେ। ଜଳସମ୍ପଦ ବିଭାଗ ତରଫରୁ ହୋଇଥିବା ଚିଠିରେ ସଂପୃକ୍ତ ଶ୍ରଦ୍ଧାଞ୍ଜଳି ସାହୁଙ୍କୁ ୨୭ଅକ୍ଟୋବର ୨୦୨୬ସୁଦ୍ଧା ଭାରମୁକ୍ତ କରି ଜଳସମ୍ପଦ ବିଭାଗ କଟକ ଅଧୀକ୍ଷଣଯନ୍ତ୍ରୀ ଙ୍କ ଅଫିସରେ ଯୋଗ ଦେବାକୁ ନିର୍ଦେଶ ଦିଆଯାଇଥିଲା। ମାତ୍ର ଏହି ଆଦେଶ କୁ ମଧ୍ୟ ବାଣିଜ୍ୟ ବିଭାଗ ଅଣଦେଖା କରିଥିଲା। ପରେ ରାଜ୍ୟ ସରକାରଙ୍କ ପ୍ରମୁଖ ଶଚିବ ବାଣିଜ୍ୟ ବିଭାଗର ନିର୍ଦେଶକଙ୍କୁ ପୁନଶ୍ଚ ଚିଠି କରି ତୁରନ୍ତ ଶ୍ରଦ୍ଧାଞଳି ସାହୁଙ୍କୁ ଭାରମୁକ୍ତ କରିବା ପାଇଁ ଚିଠି କଲେ। ଏହି ଚିଠି ପାଇବା ପରେ ବାଣିଜ୍ୟ ବିଭାଗର ନିର୍ଦେଶକ ବୈକୁଣ୍ଠନାଥ ମାନସିଂ ନିଜର ପତ୍ରସଂଖ୍ୟା ୩୮୬୪/୨/୧୧/୨୦୨୬ ରେ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କୁ ଭାରମୁକ୍ତ କରିଲେ ଏବଂ ସଂପୃକ୍ତ କନିଷ୍ଠଯନ୍ତ୍ରୀ ବଦଳି ହୋଇଥିବା ସ୍ଥାନରେ ଯୋଗଦେବେ ବୋଲି ଏହି ପତ୍ରରେ ଉଲ୍ଲେଖ କରାଯାଇଥିଲା। ଏଥିସହ ଏହି ପତ୍ରରେ ସଂପୃକ୍ତ ବାଣିଜ୍ୟ ବିଭାଗର ନିର୍ଦେଶକ ଉଲ୍ଲେଖ କରିଥିଲେ ଯେ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଶ୍ରଦ୍ଧାଞ୍ଜଳି ସାହୁ ୩୦ଅକ୍ଟୋବର ୨୦୨୬ରୁ ୫ନଭେମ୍ବର ୨୦୨୬ପର୍ଯ୍ୟନ୍ତ ଉପାର୍ଜିତ ଛୁଟି(ଇଏଲ) ଅଛନ୍ତି ବୋଲି ଦର୍ଶାଇଥିଲେ। ଏହି ଚିଠି ଦେବାର ଦୀର୍ଘ ୯ଦିନ ବିତିଯାଇଥିଲେ ମଧ୍ୟ ସଂପୃକ୍ତ କନିଷ୍ଠଯନ୍ତ୍ରୀ ନିଜର ଛୁଟିର ସୀମାକୁ ବଢେଇ ବଢେଇ ଚାଲିଛନ୍ତି। ଗୋଟିଏ ପକ୍ଷରେ ବାଣିଜ୍ୟ ବିଭାଗର ନିର୍ଦେଶକ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କୁ ଭାରମୁକ୍ତ କରିସାରିଛନ୍ତି ଅନ୍ୟ ପକ୍ଷରେ ସଂପୃକ୍ତ ଯନ୍ତ୍ରୀ ନିଜର ବଦଳି ସ୍ଥାନରେ ଯୋଗ ଦେଇ ନାହାନ୍ତି ଏହି ସମୟ ମଧ୍ୟରେ ଯନ୍ତ୍ରୀ ଜଣକ ଛୁଟିର ସୀମା ବଢେଇ ଚାଲିଥିବା ବେଳେ ଏହି ଛୁଟିକୁ କିଏ ମଞ୍ଜୁର କରିବ ତାହା ନେଇ ପ୍ରଶ୍ନବାଚୀ ହୋଇ ପଡିଛି। ଗୋଟିଏ ପଟରେ ବାଣିଜ୍ୟ ବିଭାଗର ନିର୍ଦେଶକ ବନାମ ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ଶଚିବ ଙ୍କ ମଧ୍ୟରେ ଚିଠି କୁ ନେଇ ଖଣ୍ଡଯୁଦ୍ଧ ଦେଖା ଦେଇଥିବା ବେଳେ ବିବାଦୀୟ କନିଷ୍ଠଯନ୍ତ୍ରୀଙ୍କୁ ଘଂଟ ଘୋଡାଉଛି କିଏ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇ ପଡିଛି।ତୁରନ୍ତ ବିବାଦୀୟ ଯୁଦ୍ଧର ପରିସମାପ୍ତି କେବେ ହେବ ଏବଂ ବିବାଦୀୟ ଯନ୍ତ୍ରୀ କାହାର ହେବେ ତାହା ମଧ୍ୟ ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

SOURCE: ODIA PUA