Source :- ODIA PUA
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଂଚାୟତ ରାଢୋ ଠାରେ ବାବା ଶନି ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବ ପାଇଁ ଗତ ରବିବାର ଦିନ ପୀଠରେ ମଣ୍ଡପ ସଂସ୍କରଣ, ଅଙ୍କୁରାରୋପଣ ଓ ଜଳଯାତ୍ରା ଆୟୋଜିତ ହୋଇଥିଲା। ସେହିଭଳି ଆଜି ପଂଚୁ କର୍ମ, ଗୁରୁ ପୂଜା, ସୂର୍ଯ୍ୟ ପୂଜା, ଗୋମାତା ପୂଜା, ଶନି ଦେବଙ୍କ ତୈଳ ଅଭିଷେକ ପୂଜା, ଷୋଡ଼ଶ ଉପଚାର ପୂଜା ସହିତ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ମନ୍ଦିର ମୁଖ୍ୟ ପୂଜକ ବିଜୟ ତ୍ରିପାଠୀଙ୍କ ତତ୍ୱାବଧାନରେ ଅଭିଷେକ ପାଣି,ମନୋରଞ୍ଜନ ଆଚାର୍ଯ୍ୟ, କଳ୍ପତରୁ ମିଶ୍ର, ମହେନ୍ଦ୍ର ଦାସ, ରାଜେଶ ତ୍ରିପାଠୀ ପ୍ରମୁଖ ବୈଦିକ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ଏଥିରେ ସଙ୍କଳ୍ପ କର୍ତା ଭାବେ ସନ୍ତୋଷ କୁମାର ଦାସ ଓ ରିତା ରାଣୀ ଦାସ ଦାୟିତ୍ୱ ନିର୍ବାହ କରିଥିଲେ। ବାର୍ଷିକ ଉତ୍ସବରେ ଗ୍ରାମ ସମେତ ଆଖପାଖ ପାଂଚଖଣ୍ଡ ଗାଁର ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ। ଦୁଇ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମକୁ ଆୟୋଜକ କମିଟି ସଦସ୍ୟ ଯଶୋବନ୍ତ ବିନ୍ଧାଣି, ସରୋଜ ରାଉତ, ନିତ୍ୟାନନ୍ଦ ନାୟକ, ନନ୍ଦ କିଶୋର ସଂଖୁଆ, ଦୟାନିଧି ଦାସ, ଅଶୋକ ନାୟକ ପ୍ରମୁଖ ପରିଚାଳନା କରିଥିଲେ।
SOURCE: ODIA PUA




