Source :- ODIA PUA
ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ବିଜେପି କାନ୍ତକବି ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଶନିବାର ଅଲ୍ଲୀନଗର ସ୍ଥିତ ବୀଣାପାଣି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମଣ୍ଡଳ ସଭାପତି ସରୋଜ ନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମଣ୍ଡଳ ପ୍ରଭାରୀ ପ୍ରମୋଦ ଦାସ,ପୂର୍ବତନ ମଣ୍ଡଳ ସଭାପତି ତପନ ପାଢ଼ୀ, ବରିଷ୍ଠ ନେତା ସୁଧାଂଶୁ ପାଣିଗ୍ରାହୀ,ଭରତ ଚନ୍ଦ୍ର ସାହୁ,ପଂଚାୟତ ପ୍ରମୁଖ କାଳନ୍ଦୀ ମୁଦୁଲି, ଧନେଶ୍ୱର ପାଢ଼ୀ, ସତ୍ୟାନନ୍ଦ ପାଣିଗ୍ରାହୀ,ପ୍ରଶାନ୍ତ ପଲେଇ, ଦିଲ୍ଲୀପ ବେହେରା,ମନ୍ଦରଧର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଆଗାମୀ ପଂଚାୟତ ନିର୍ବାଚନରେ ମଣ୍ଡଳ ଅଧିନ ସମସ୍ତ ପଂଚାୟତରେ ବିଜେପି ସମର୍ôଥତ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସରପଂଚ ନିହାରିକା ବିଶ୍ୱାଳ,ପୁଷ୍ପାଞ୍ଜଳି ବେହେରା, ସମିତି ସଭ୍ୟ ଭକ୍ତହରି ମଲିକ,ଯୁବନେତା ଯଜ୍ଞାଦତ ପତି, ଚିନ୍ମୟ ମହାପାତ୍ର ,ପ୍ରିୟ ରଞ୍ଜନ ବେହେରା,ପ୍ରମୁଖ ବୈଠକରେ ଉପସ୍ଥିତି ଥିବାବେଳେ ମଣ୍ଡଳ ପ୍ରଭାରୀ ,ପଂଚାୟତ ପ୍ରମୁଖ ,ନିର୍ବାଚିତ ସରପଂଚ ଓ ସମିତି ଅବା ପ୍ରତିନିଧି , ପ୍ରତ୍ୟେକ ପଂଚାୟତର ପ୍ରମୁଖ ନେତୃତ୍ୱ ,ଜିଲ୍ଲା ପଦାଧିକାରୀ ନିମନ୍ତ୍ରିତ ଅତିଥି ,ସମସ୍ତ ମୋର୍ଚ୍ଚାର ପଦାଧିକାରୀ ଉପସ୍ଥିତଥିଲେ।
SOURCE: ODIA PUA




