Source :- ODIA PUA
ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ପଦାକଣା ଗ୍ରାମର ଅବସର ପ୍ରାପ୍ତ କର୍ମଚାରି ୰ପଦ୍ମନାଭ ଦାସଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ପୌରହିତ୍ୟରେ ଅତିଥି ଭାବେ ଶିକ୍ଷାବିତ ଚତୁର୍ଭୁଜ ପହି,ନାରାୟଣ ଚନ୍ଦ୍ର ଲେଙ୍କା,କୀର୍ତନ ଚରଣ ନାୟକ,ରମାକାନ୍ତ ଜେନା ବକ୍ତବ୍ୟ ମାଧ୍ୟମରେ ୰ଦାସଙ୍କ ଗୁଣାବଳୀ ଉପରେ ସ୍ମୃତି ଚାରଣ କରିଥିଲେ। ଡ଼ ସୁଧାଂଶୁ ଶେଖର ନାୟକ ବକ୍ତବ୍ୟରେ ପଦ୍ମନାଭ ପଦାକଣାର ବାଇମୁଣ୍ଡି ଥିଲେ,ଗାଁ ର ସ୍କୁଲ,ରାସ୍ତା ଠାରୁ ଆରମ୍ଭ କରି ସାଧାରଣ କୋକଙ୍କ ସମସ୍ୟାରେ ନିଜକୁ ସାମିଲ କରୁଥିଲେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ ମଲ୍ଲିକ,ଇଂ ପ୍ରମୋଦ କୁମାର ଜେନା,ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ,ନିରଞ୍ଜନ ମଲ୍ଲିକ, ବିଜେପି ନେତା ପଂଚାନନ ରାଉତ,କମ୍ୟୁନିଷ୍ଟ ନେତା ଦିଂବ୍ୟ ସିଂ ନାୟକ,ଗୌରାଙ୍ଗ ଚରଣ ଖିଲାର,ରାଜ୍ୟ ଜାଦବ ସଂଘ ସଭାପତି ଅମର ନାୟକ,ଚନ୍ଦ୍ରମଣି ଦାସ,ଅଜୟ ବେହେରା,ବବାଜୀ ଚରଣ ଦଳେଇ,ଧନେଶ୍ୱର ଖିଲାର,ବଟକୃଷ୍ଣ ବାରିକ,କୌଳାସ ଚଢେଇ ପ୍ରମୁଖ ଦିବଂଗତଙ୍କ ସ୍ମୃତି ଚାରଣ କରିଥିଲେ। ପ୍ରାରମ୍ଭରେ ଫଟୋ ଚିତ୍ରରେ ମାଲ୍ୟାଅର୍ପଣ ପୂର୍ବକ ନିରବ ପ୍ରାର୍ଥନା କରାଯାଇଥିଲା।
SOURCE: ODIA PUA




