Home national news oriya ବିମଳା ନାଟ୍ୟ ସଂସଦ ଦ୍ୱାରା ପଥପ୍ରାନ୍ତ ନାଟକ “ନମୋ ସେବା ଗାଥା”

ବିମଳା ନାଟ୍ୟ ସଂସଦ ଦ୍ୱାରା ପଥପ୍ରାନ୍ତ ନାଟକ “ନମୋ ସେବା ଗାଥା”

3
0

Source :- ODIA PUA

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ଭଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସେବା ସଂକଳ୍ପ ଅଭିଯାନ -୨୦୨୬ ଅବସର ରେ ଭଦ୍ରକର ରାନ୍ଦିଆ କୋରଂଟସ୍ଥିତ ବିମଳା ନାଟ୍ୟ ସଂସଦ ଦ୍ୱାରା ଅଭିନୀତ ପଥ ପ୍ରାନ୍ତ ନାଟକ “ନମୋ ସେବା ଗାଥା ‘ ଜିଲ୍ଲା ର ଛଅ ଗୋଟି ବ୍ଲକ ରେବନ୍ତ, ଭଣ୍ଡାରିପୋଖରୀ, ଚାନ୍ଦବାଲି, ବାସୁଦେବପୁର, ଭଦ୍ରକ, ତିହିଡି, ସମୂହରେ ୧୯ ଗୋଟି ପଂଚୟତରେ ଅଭିନୀତ କରାଯାଇଅଛି । ଗୌରାଙ୍ଗ, ବିଜୟ, ନିର୍ମଳ ଅଭିମନ୍ୟୁ, ସନ୍ତୋଷ, ଆଶିଷ, ମିନତୀ, ସନ୍ଧ୍ୟା ରାଣୀ, ସସ୍ମିତା ଚାନ୍ଦିନୀ, ସଂଗୀତ ରାଜ କୁମାର, ଭୁବନେଶ୍ୱର ଅଭିନୟ କରିଥିଲେ। କଣ୍ଠଦାନ ସୁରେନ୍ଦ୍ର କରିଥିବାବେଳେ ନାଟକ ଟିକୁ ନିର୍ଦେଶନା ଦେଇଥିଲେ ସଂଗୀତ ନାଟକ ଏକାଡେମୀ ପୁରସ୍କୃତ ଗୌରାଙ୍ଗ ଚନ୍ଦ୍ର ବାରିକ । ସଂସ୍କୃତି ଅଧିକାରିଣୀ ତନୁଜା ସିର୍କା ବିଶେଷ କୃତଜ୍ଞତା ଜ୍ଞାପନ କରିଥିଲେ।

SOURCE: ODIA PUA