Home national news oriya ବୃତିଗତ ପେଶାରେ ସେବାକୁ ଗୁରୁତ୍ୱାରୋପ

ବୃତିଗତ ପେଶାରେ ସେବାକୁ ଗୁରୁତ୍ୱାରୋପ

2
0

Source :- ODIA PUA

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଫଟୋଗ୍ରାଫର ସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଚାଂୟତସ୍ଥ ନିମାପଡାସ୍ଥିତ ଶାନ୍ତିବନ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏକତା ଓ ଭାଇଚାରାର ବାର୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକରୁ ଶତାଧିକ ଫଟୋଗ୍ରାଫର ଏକତ୍ରିତ ହୋଇଥିଲେ । ଆଗାମୀ ଦିନରେ ଫଟୋଗ୍ରାଫର ମାନଙ୍କ ମଧ୍ୟରେ ପରସ୍ପର ସହଯୋଗ, ସଂଗଠନର ସୁଦୃଢୀକରଣ ଏବଂ ବୃତିଗତ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିôରେ ଜିଲ୍ଲା ସଂଘର ସଭାପତି ବଦ୍ରିନାରାୟଣ ପଣ୍ଡା, ସମ୍ପାଦକ ସେକ୍ ସୁଲତାନ, ସାଂସ୍କୃତିକ ସମ୍ପାଦକ ଲିପୁନ ସେଠୀ, କୋଷାଧ୍ୟକ୍ଷ ନବ କିଶୋର ଦାସ, ଉପସଭାପତି ରାକେଶ ନନ୍ଦ, ଯୁଗ୍ମ ସମ୍ପାଦକ ଜାଫର ଖାନ୍ ଯୋଗଦେଇ ବୃତିଗତ ଜୀବନରେ ଗ୍ରାହକ ମାନଙ୍କୁ ଉତମ ବ୍ୟବହାର ଓ ସେବା ଯୋଗାଇଦେବା ନେଇ ଆଲୋଚନା କରାଯାଇଥିଲା । କାର୍ଯ୍ୟକାରୀ ସଭ୍ୟ ରମେଶ ଚନ୍ଦ୍ର ଜେନା, ସରୋଜ ପାତ୍ର ,ଦିପୁ ମାଝୀ, ଗୌରାଙ୍ଗ ପଳତା, ଦୀପକ ସାହୁ, ଶ୍ୟାମସୁନ୍ଦର ଦାସ, ଚନ୍ଦ୍ର ଶେଖର ନାୟକ, ବିବେକ ଘଡେଇ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

SOURCE: ODIA PUA