Home national news oriya ଭଣ୍ଡାରିପୋଖରୀ ବଜାରରୁ ଚୋରି

ଭଣ୍ଡାରିପୋଖରୀ ବଜାରରୁ ଚୋରି

3
0

Source :- ODIA PUA

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବଜାରରୁ ଗତ ସୋମବାର ରାତ୍ରରେ ଚୋରି ହୋଇଛି। ବଜାର ମଧ୍ୟଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥ ବାଇପାସ ରୋଡରେ ଥିବା କୃପାସିନ୍ଧୁ ନାୟକଙ୍କ ଭୋରାଇଟି ଷ୍ଟୋର ଓ ପ୍ରାଣବନ୍ଧୁ ନାୟକଙ୍କ ସାଈ ହୋଟେଲ ସମ୍ମୁଖ ଦରଜା ତାଲା କାଟି ଚୋରମାନେ ୪ଟା ଗ୍ୟାସ ଟାଙ୍କି, ହାଣ୍ଡି, କଡା ଆଦି ରୋଷେଇ ସରଞ୍ଜାମ, ଓ ଭେରାଇଟି ଷ୍ଟୋରରେ ଥିବା ୫ ପେଟି ବିସ୍କୁଟ, ୧୦ ପେଟି ମିକ୍ସଚର, ୩ପେଟି ସାବୁନ, ନଡିଆ ତେଲ ୫୦ ବୋତଲ ଆଦି ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ଚୋରି ହୋଇଛି। ମଙ୍ଗଳବାର ସକାଳେ ଚୋରି ହୋଇଥିବା ଦେଖି ପ୍ରାଣବନ୍ଧୁ ନାୟକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟରାସ୍ଥଳରେ ପହଞ୍ôଚ ତଦନ୍ତ ଚଳାଇଛି। ଅଭିଯୋଗ ଆଧାରରେ ମାମଲା ଋଜୁ ହୋଇନଥିବା ଜଣାଯାଇଛି। ସେହିପରି ପୁରସ୍ତମପୁର ସୁବାସ ନାୟକଙ୍କ ମହିମାବଜାର ଦୋକାନରୁ ୨ଟି ଗ୍ୟାସ ଟାଙ୍କି ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି।

SOURCE: ODIA PUA