Home national news oriya ଭଦ୍ରକରେ ଶିଶୁ ଶ୍ରମ ନିରାକରଣ ଅଭିଯାନ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ପ୍ରତ୍ୟେକ...

ଭଦ୍ରକରେ ଶିଶୁ ଶ୍ରମ ନିରାକରଣ ଅଭିଯାନ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ପ୍ରତ୍ୟେକ ଶିଶୁ ଶିଖୁ, ବଢ଼ୁ ଓ ସ୍ୱପ୍ନ ଦେଖୁ

2
0

Source :- ODIA PUA

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ଜିଲ୍ଲା ଶ୍ରମ ବିଭାଗ ର ମିଳିତ ଆନୁକୁଲ୍ୟରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ , ଭଦ୍ରକ ଠାରେ “ରାଜ୍ୟସ୍ତରୀୟ ଶିଶୁ ଶ୍ରମ ନିରାକରଣ ଅଭିଯାନ” ଅନ୍ତର୍ଗତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ମନସ୍ମିତା ଖୁଂଟିଆ ଓ ଶ୍ରୀମତୀ ସୁଜାତା ନାୟକ , ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସରୋଜ ଦତ, ଶ୍ରମ ବିଭାଗୀୟ କମିଶନର ସଚ୍ଚିଦାନନ୍ଦ ଜେନା ,ଜିଲ୍ଲା ଶ୍ରମ ଅଧିକାରୀ ପ୍ରେମ ମଞ୍ଜରୀ ନାୟକ, ୟୁନିସେଫ ରିସୋସର୍ ନେହା ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ। “ପ୍ରତ୍ୟେକ ଶିଶୁ ଶିଖୁ , ବଢ଼ୁ ଓ ସ୍ୱପ୍ନ ଦେଖୁ” ଥିମ୍ ତଥା “ଶିଶୁ ଶ୍ରମ ମୁକ୍ତ ଓଡ଼ିଶା – ଆମର ସଂକଳ୍ପ” ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କର୍ମଶାଳାରେ ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ ୧୯୮୬ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ଥିଲା ସମସ୍ତ ବିଭାଗୀୟ ଅଧିକାରୀ , ଅଣ ସରକାରୀ ଅନୁଷ୍ଠାନର ସଦସ୍ୟ ସଦସ୍ୟାଙ୍କୁ ଶିଶୁ ଶ୍ରମ ନିରାକରଣ ଅଭିଯାନର ସଚେତନ କରାଇବା । ୧୪ ବର୍ଷରୁ କମ୍ ଶିଶୁଙ୍କୁ କୌଣସି ପ୍ରକାର ବୃତି ବା ପ୍ରକ୍ରିୟାରେ ନିୟୋଜିତ କରିବା ସମ୍ପୂର୍ଣ୍ଣ ନିଷେଧ ଓ ଏହା ଏକ ଦଣ୍ଡନୀୟ ଅପରାଧ। ୧୪ ରୁ ୧୮ ବର୍ଷର କିଶୋରଙ୍କୁ ବିପଦସଂକୁଳ ବୃତି ଓ ପ୍ରକ୍ରିୟାରେ ନିୟୋଜିତ କଲେ ବ୍ୟକ୍ତିଙ୍କୁ ଦଣ୍ଡ ହୋଇପାରେ। ଶିଶୁ ଶ୍ରମ ଦେଖିଲେ ତୁରନ୍ତ ନିକଟସ୍ଥ ଥାନା, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ/ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କିମ୍ବା ଚାଇଲ୍ଡଲାଇନ୍ ନମ୍ବର ୧୦୯୮ ଓ ଶ୍ରମିକ ସହାୟତା ନମ୍ବର ୧୮୦୦-୩୪୫୬-୭୦୩ ରେ ଯୋଗାଯୋଗ କରନ୍ତୁ। ସମସ୍ତ ଅନୁଷ୍ଠାନ ,ଦୋକାନ ବଜାର ରେ ସଚେତନତା ପୋଷ୍ଟର ଲଗେଇବା । ଶିଶୁକୁ କାମ ନୁହେଁ , ଶିକ୍ଷା ରେ ସାମିଲ କରିବା ଆମ ସମସ୍ତଙ୍କ ଦାୟିତ୍ୱ ହେବା ଆବଶ୍ୟକ, ଶିଶୁକୁ ଶିକ୍ଷାର ଅଧିକାର ଦେବା, ଶିଶୁ ଶ୍ରମ ମୁକ୍ତ ସମାଜ ଗଢ଼ିବା ଏହି ସଂକଳ୍ପ ସହ ଭଦ୍ରକ ଜିଲ୍ଲାକୁ ଶିଶୁ ଶ୍ରମମୁକ୍ତ କରିବା ପାଇଁ ସମସ୍ତ ବିଭାଗକୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା।

SOURCE: ODIA PUA