Source :- ODIA PUA
ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାର ୭ଟି ବ୍ଲକର ୭ଟି ଗ୍ରାମ ପଂଚାୟତରେ ଶିଶୁ ଶ୍ରମ ପ୍ରଥା ଉଚ୍ଛେଦ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ବାସୁଦେବପୁର ବ୍ଳକର ଲୁଙ୍ଗା ପଂଚାୟତ,ଚାନ୍ଦବାଲିର ମଟୋ , ଭଣ୍ଡାରିପୋଖରୀ ର ନେରଡା,ଭଦ୍ରକର ଖଣ୍ଡାତଡା ,ବନ୍ତର ଗଣିଜଙ୍ଗ, ଧମନଗରର ଦଳଙ୍ଗ ଓ ତିହିଡି ବ୍ଲକର ମଙ୍ଗଳପୁର ପଂଚାୟତରେ ପଲ୍ଲୀସଭା ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଲ୍ଲୀସଭାରେ ଶିଶୁ ଶ୍ରମ ମୁକ୍ତ ଗ୍ରାମ ପଂଚାୟତ ଗଠନ, ପିଆରଆଇ ସଦସ୍ୟ, ସାଧାରଣ ଜନତା ଓ ଏସଏଚଜି ର ଭୂମିକା ଉପରେ ବିସ୍ତୃତ ଆଲୋଚନା ହୋଇ ପ୍ରସ୍ତାବ ଗୃହୀତ ହୋଇଛି। ଏହାସହ ଶିଶୁ ଶ୍ରମ ମୁକ୍ତ ସମାଜ ପାଇଁ ପଦଯାତ୍ରା କରାଯାଇଛି।
SOURCE: ODIA PUA




