Source :- ODIA PUA
ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ବିଜୁ ମହିଳା ଜନତା ଦଳର ସଙ୍ଗଠନକୁ ସୁଦୃଢ କରିବା ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାପତି ସ୍ନେହାଙ୍ଗିନୀ ଛୁରିଆ ଆଗ ଧାଡିର ମହିଳା ତଥା ନାରୀ ନେତ୍ରୀମାନଙ୍କୁ ନୂତନ ଭାବେ ସଭାପତି ଦାୟିତ୍ୱ ଦେଇଛନ୍ତି। ଗୀତାଞ୍ଜଳି ସାମଲ ଙ୍କୁ ଭଣ୍ଡାରିପୋଖରୀ ବ୍ଲକ ବିଜୁ ମହିଳା ଜନତା ଦଳର ସଭାପତି ଓ ବନ୍ତ ବ୍ଲକ୍ ବିଜୁ ମହିଳା ଜନତା ଦଳର ସଭାପତି ଭାବେ ବନ୍ତ ବ୍ଲକ୍ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁଙ୍କୁ ମନୋନୀତ କରିଛନ୍ତି। ସେହିଭଳି ମହିଳା ତଥା ନାରୀ ନେତ୍ରୀ ମମତା ନାୟକଙ୍କୁ ଭଦ୍ରକ ବ୍ଲକ ବିଜୁ ମହିଳା ଜନତା ଦଳର ସଭାପତି ଏବଂ ଭଦ୍ରକ ପୌରପାଳିକା ବିଜୁ ମହିଳା ଜନତା ଦଳର ସଭାପତି ଭାବେ ଦେବାହୁତି ମହାପାତ୍ରଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି। ଅନୁରୂପ ଧାମନଗର ବ୍ଲକ୍ର ଟୁନିବାଳା ବିଶ୍ୱାଳ ଓ ବିଜ୍ଞାପିତ ଅଂଚଳର ନିବେଦିତା ଜେନାଙ୍କୁ ଦାୟିତ୍ୱ ଦେଇଥିବାବେଳେ ଚାନ୍ଦବାଲି ବ୍ଲକ୍ର ଭାରତୀ ନାୟକ ଓ ବିଜ୍ଞାପିତ ଅଂଚଳର ଚନ୍ଦ୍ରକାନ୍ତି ଦାସଙ୍କୁ ଦାୟିତ୍ୱ ଦେଇଛନ୍ତି। ବାସୁଦେବପୁର ବ୍ଲକ୍ର କ୍ଷମାମୟୀ ଲେଙ୍କା ଓ ପୌରପାଳିକାର ଅର୍ଣ୍ଣପୂର୍ଣ୍ଣା ମହାନ୍ତି, ତିହିଡି ବ୍ଲକ୍ର ସନ୍ଧ୍ୟାରାଣୀ ମହାପାତ୍ରଙ୍କୁ ଦାୟିତ୍ୱ ଦେଇଥିବାର ଜଣାପଡିଛି। ଏଥିପାଇଁ ସେମାନେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ଭଦ୍ରକ ଜିଲ୍ଲା ବିଜେଡ଼ି ଜିଲ୍ଲା ସଭାପତି ବିଧାୟକ ବ୍ୟୋମକେଶ ରାୟ ଓ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି।
SOURCE: ODIA PUA



