Home national news oriya ଭଦ୍ରକ ଜିଲ୍ଲାରେ ମିଶନ ଶକ୍ତି ପକ୍ଷରୁ ‘ଆଶୀର୍ବାଦ ଦୀପ’ କାର୍ଯ୍ୟକ୍ରମ

ଭଦ୍ରକ ଜିଲ୍ଲାରେ ମିଶନ ଶକ୍ତି ପକ୍ଷରୁ ‘ଆଶୀର୍ବାଦ ଦୀପ’ କାର୍ଯ୍ୟକ୍ରମ

2
0

Source :- ODIA PUA

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ‘ସେବା ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ମିଶନ ଶକ୍ତି ପକ୍ଷରୁ ‘ଆଶୀର୍ବାଦ ଦୀପ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ମହିଳାମାନଙ୍କ ସକ୍ରିୟ ଅଂଶଗ୍ରହଣରେ ଏହି ଆୟୋଜନ ଏକତା, ସେବା ଓ ସାମାଜିକ ସଂକଳ୍ପର ବାର୍ତା ପ୍ରଦାନ କରିଥିଲା। ମିଶନ ଶକ୍ତି ସହ ଜଡ଼ିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ସଦସ୍ୟାମାନେ ଏହି ଅବସରରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ‘ଆଶୀର୍ବାଦ ଦୀପ’ ମାଧ୍ୟମରେ ସେମାନେ ଶାନ୍ତି, ସମୃଦ୍ଧି ଓ ଜନସେବାର ଭାବନାକୁ ଆଗେଇ ନେବାର ସଂକଳ୍ପ ନେଇଥିଲେ।

SOURCE: ODIA PUA