Home national news oriya ଭାରତ ସ୍ୱାଭିମାନ ଓ ପତଞ୍ଜଳୀ ପକ୍ଷରୁ ଜଡିବୁଟି ଦିବସ

ଭାରତ ସ୍ୱାଭିମାନ ଓ ପତଞ୍ଜଳୀ ପକ୍ଷରୁ ଜଡିବୁଟି ଦିବସ

1
0

Source :- ODIA PUA

ଭଦ୍ରକ, ୪ା୮ – ପତଞ୍ଜଳିର ଯୋଗପୀଠ ହରିଦ୍ୱାରର ପ୍ରମୁଖ ବିନ୍ଧାଣୀ ତଥା ସମସ୍ତ ପତଞ୍ଜଳୀ ଆର‌୍ୟୁବେଦିକ ଔଷଧ ନିର୍ମାଣରେ ମୁଖ୍ୟ ଭୂମିକା ନିଭାଇ ଆସୁଥିବା ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଜନ୍ମ ଦିନ ଅବସରରେ ଜଡିବୁଟି ଦିବସ ପାଳିତ ହୋଇଯାଇଛି । ଭାରତ ସ୍ୱାଭିମାନ ଓ ପତଞ୍ଜଳି ଯୋଗ ସମିତି ଭଦ୍ରକ ପକ୍ଷରୁ ଆଗରପଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଯୋଗାଭ୍ୟାସ ସହ ବୃକ୍ଷ ରୋପଣ କରାଯାଇଥିଲା । ଭାରତ ସ୍ୱାଭିମାନର ଜିଲ୍ଲା ସଂଯୋଜକ ଯୋଗଗୁରୁ ଧରଣୀଧର କରଙ୍କ ତତ୍ୱାବଧାନରେ ବନ୍ତ ଯୋଗ ସମିତି ପ୍ରଭାରୀ କାଳନ୍ଦୀ ପାତ୍ର, କୋଷାଧ୍ୟକ୍ଷ ମଳୟ ରାଉଳ, ଯୁବ ପ୍ରଭାରୀ ସନ୍ତୋଷ ପଣ୍ଡା, ବରିଷ୍ଠ ଯୋଗ ଶିକ୍ଷକ ଆରତୀ ପାଣିଗ୍ରାହୀ, ରବିନ୍ଦ୍ର ସେଠୀ, ଦେବବ୍ରତ ମହାନ୍ତି, ଗଦାଧର ଦାସ, ସଞ୍ଜୟ ପାଣିଗ୍ରାହୀ, ସନ୍ତୋଷ ସାହୁ, ସନ୍ଧ୍ୟାରାଣୀ ପଣ୍ଡା ପ୍ରମୁଖ ମଂଚାସୀନ ରହି ଜଡିବୁଟି ଦିବସ ଉପରେ ମତ ରଖିଥିବା ବେଳେ ଯୋଗଶିକ୍ଷା ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟା ମନ୍ଦିର ପରିସରରେ ବିଭିନ୍ନ ବୃକ୍ଷ ରୋପଣ କରାଯାଇଥିଲା । ଜିଲ୍ଲା ସାମାଜିକ ଗଣମାଧ୍ୟମ ପ୍ରଭାରୀ ଶ୍ରୀବତ୍ସ କର, ପ୍ରଭାସ ରାଉତ, ବିଦ୍ୟାମନ୍ଦିରର ସମ୍ପାଦକ ଅଶୋକ ପରିଡା, ଗୁରୁଜୀ ଗୁରୁମା ମମତା ମିଶ୍ର, ଶୁଭଲକ୍ଷ୍ମୀ ସାହୁ, ବିବେକ ସେଠୀ, ଶରତ ପଣ୍ଡା,ରାଜୁ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

SOURCE: ODIA PUA