Home national news oriya ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ଜନ୍ମଦିନ ଉପଲକ୍ଷେ ଅଖଣ୍ଡ ପ୍ରଦୀପ ପ୍ରଜ୍ୱଳନ

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ଜନ୍ମଦିନ ଉପଲକ୍ଷେ ଅଖଣ୍ଡ ପ୍ରଦୀପ ପ୍ରଜ୍ୱଳନ

3
0

Source :- ODIA PUA

ଭଦ୍ରକ, ୬ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଓଡ଼ିଶା ସରକାରଙ୍କ ଯଶସ୍ୱୀ ଯୁବମନ୍ତ୍ରୀ ତଥା ଭଦ୍ରକ ଜିଲ୍ଲାର ଗର୍ବ ଓ ଗୌରବ ଶ୍ରୀମାନ ସୂର୍ଯ୍ୟବଂଶୀ ସୂରଜ ଙ୍କ ଶୁଭ ଜନ୍ମଦିନ ଅବସରରେ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣ୍ଡଳୀ ର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କ୍ରମରେ ଭଟସାହୀ ପଞ୍ଚାୟତ ସୌଜନ୍ୟରୁ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁଫଳପୂର ମେଳା ବରଗଛ ଠାରେ ଏକ ଭବ୍‌ଯ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ସୂରଜ ଙ୍କ ଦୀର୍ଘାୟୁ ଏବଂ ନିରାମୟ ଜୀବନ କାମନା କରି ଅଖଣ୍ଡ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୁବନେତା ଶେଷ ଦେବ ମିଶ୍ର, ନିରାକାର ଯେନା, ବିଶ୍ୱ ଜିତି ସାହୁ, କୁଳମଣି ପଣ୍ଡା, ସତ୍ୟ ବ୍ରତ ସାହୁ, ଧୀରେନ୍ଦ୍ର ସାହୁ, ଅରୁଣ ବେହେରା, ଅମୂଲ୍ୟ ବେହେରା,କୁଳମଣି ପୃଷ୍ଟି ସମେତ ବହୁ କର୍ମୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

SOURCE: ODIA PUA