Home national news oriya ମାଲତୀରାରେ ଲାଖବିନ୍ଧା ପ୍ରତିଯୋଗିତା

ମାଲତୀରାରେ ଲାଖବିନ୍ଧା ପ୍ରତିଯୋଗିତା

4
0

Source :- ODIA PUA

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୁଧବାର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପଧାନପଡା ପଚାଂୟତ ମାଳତୀରା ଠାରେ ଦଶହରା ଅବସରରେ ଲାଖ ବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ଅଜୟ କୁମାର ବେହେରା, ସମ୍ପାଦକ ସୁରେନ୍ଦ୍ର କୁମାର ଘଡେଇଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତି, ସମ୍ମାନିତ ଅତିଥି ସରପଚଂ ଗଜେନ୍ଦ୍ର କୁମାର ସେଠୀ ଯୋଗ ଦେଇଥିଲେ । ପ୍ରାରମ୍ଭରେ ହରିହାଟ ଠାରେ ଯଥାରୀତି ପୂଜାର୍ଚ୍ଚନା ପରେ ଏକ କଦଳୀ ଗଛ ଓ ଲାଖକୁ ମାଳତିରାସ୍ଥିତ ମା ଦୁର୍ଗାଙ୍କ ମଣ୍ଡପରେ ନିକଟରେ ପୂଜାର୍ଚ୍ଚନା କରିବା ସହ ଏକ ଶୋଭାଯାତ୍ରାରେ ଅଣାଯାଇ ଲାଖ ବିନ୍ଧା ପଡିଆରେ ଶେଷ ସୀମାରେ ପୋତା ଯାଇଥିଲା । ପରେ ବିଭିନ୍ନ ଅଚଂଳରୁ ଆସିଥିବା ୨୨ ଜଣ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଶେଷରେ ପଶ୍ଚିମ ବଙ୍ଗର ସିଆରପିଏଫ ଯବାନ ଗୌତମ ଧନ୍ ମାକର ଲାଖ ବିନ୍ଧିଥିଲେ । ମୁଖ୍ୟଅତିଥି ଥାନାଧିକାରୀ ଶ୍ରୀ ମହାନ୍ତି ବିଜୟୀ ପ୍ରତିଯୋଗୀଙ୍କୁ ପରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଚିତ୍ରାନନ୍ଦ ନାୟକ, ଅଶୋକ ଘଡେଇ, ବିରଚିଂ ନାରାୟଣ ସାହୁ, ଅଭିରାମ ସାହୁ, ସେକ୍ ସବିର, ସୁଶାନ୍ତ ମୁଦୁଲି, ରବିନ୍ଦ୍ର ସାମଲ, ବିନୋଦ ବାରିକ, ଅନୁ ସାମଲ, ଗଣେଶ ସାହୁ, ସୁନିଲ୍ ସାହୁ, ପଚାଂନନ ବେହେରା, ହୃଷିକେଷ ବାହାଳିଆ, କାର୍ତିକ ବାରିକ ପ୍ରମୁଖ ସହଯୋଗ କରିଥିଲେ । ଆଖପାଖ ଅଚଂଳରୁ ଶତାଧିକ ଲୋକେ ଋଣ୍ଡିଭୂତ ହୋଇଥିଲେ ।

SOURCE: ODIA PUA