Home national news oriya ମୁଖ୍ୟମନ୍ତ୍ରୀଙ୍କୁ ସୁଭାଦ୍ରା ମା ଙ୍କ କୃତଜ୍ଞତା

ମୁଖ୍ୟମନ୍ତ୍ରୀଙ୍କୁ ସୁଭାଦ୍ରା ମା ଙ୍କ କୃତଜ୍ଞତା

2
0

Source :- ODIA PUA

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶୁକ୍ରବାର ମା ମାନଙ୍କୁ ସୁଭଦ୍ରା ଅର୍ଥର ପଚଂମ କିସ୍ତି ମିଳିଛି । ଏନେଇ ବନ୍ତ ବ୍ଲକ ମହତାବ ମଣ୍ଡଳ ବିଜେପି ଅଧିନ ତ୍ରିସାଲିଆ ଠାରେ ଶତାଧିକ ମହିଳା ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିଜେପି ଜିଲ୍ଲ ମହିଳ ମୋର୍ଚ୍ଚା ସମ୍ପାଦିକା ପ୍ରତିମା ସାହୁଙ୍କ ଆବାହକତ୍ୱରେ ସତ୍ୟଭାମା ବେହେରା, ମାନସି ମୁଦୁଲି, ଗୌରୀ ରଣା, ବବିତା ରଣା, ବାସନ୍ତି ବେହେରା, ତିଳୋତମା ବେହେରା, ଉଷାରାଣୀ ବେହେରା, କବିତା ମୁଦୁଲି, ପୂଜାରାଣୀ ବେହେରା, ଲକ୍ଷ୍ମୀପ୍ରିୟା ବେହେରା ପ୍ରମୁଖ ମା ମାନଙ୍କ ଉନ୍ନତିରେ ସୁଭଦ୍ରା ଅର୍ଥ ସହାୟକ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଲକ୍ଷ୍ମୀନାରାୟଣ ଠାକୁର ବଙ୍ଗଳା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପିନେତା ଚିନ୍ତାମଣି ମହାରଣା, କିରଣମୟ ବେହେରା, ଶୁସାନ୍ତ ରଣା, ପର୍ଶୁରାମ ପୃଷ୍ଟି, ପବିତ୍ର ମୋହନ ସାହୁ, ମନୋଜ ବେହେରା ପ୍ରମୁଖ ବିଜେପି ସରକାର ଉପଲବ୍ଧୀ ନେଇ ମାର୍ଗଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ଶତାଧିକ ଉପସ୍ଥିତ ଥିଲେ ।

SOURCE: ODIA PUA