Home national news oriya ମୋଟର ପମ୍ପ ଚୋରିି ଅଭିଯୋଗରେ ଜଣେ ଗିରଫ

ମୋଟର ପମ୍ପ ଚୋରିି ଅଭିଯୋଗରେ ଜଣେ ଗିରଫ

2
0

Source :- ODIA PUA

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମୋଟର ପମ୍ପ ଚୋରି ଅଭିଯୋଗରେ ବନ୍ତ ପୋଲିସ୍ ଆଗରପଡା ଥାନା ଅଧିନ ଧୋବାଗଢିଆ ଗ୍ରାମର ଗଣେଶ ସାହୁଙ୍କ ପୁଅ ରାଧାକାନ୍ତ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୧୬ ତାରିଖ ରାତ୍ର ୧୦.୩୦ ମିନଟ ସମୟରେ ରାଧାକାନ୍ତ ଓଡଙ୍ଗରେ ଥିବା ପରିବା କ୍ଷେତରେ ଲାଗିଥିବା ମୋଟର ପମ୍ପକୁ ଚୋରି କରି ନେଇଯାଇଥିଲେ । ଯାହାକି ସିସିଟିଭିରେ କଏଦ୍ ହୋଇଛି । ଏନେଇ ଓଡଙ୍ଗ ଗ୍ରାମର ରମାକାନ୍ତ ପଢିିଆରି ବନ୍ତ ଥାନାରେ ଅଭିଯୋଗ କରିବା ପରେ ବନ୍ତ ପୋଲିସ ତଦନ୍ତ କରି ଅଭିଯୁକ୍ତ ଗିରଫ କରିବା ସହ ଚୋରି ହୋଇଥିବା ମୋଟର ପମ୍ପକୁ ଜବଦ କରିଛି । ଅନ୍ୟପକ୍ଷରେ ଏହି ଚୋରିରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତକୁ ଖୁବ୍‌ଶିଘ୍ର ଗିରଫ କରାଯିବ ବୋଲି ବନ୍ତ ପୋଲିସ କହିଛି ।

SOURCE: ODIA PUA