Home national news oriya ଶାଳପଡା ଜଳସମ୍ପଦ ବିଭାଗର ଦାୟିତ୍ୱହୀନତା

ଶାଳପଡା ଜଳସମ୍ପଦ ବିଭାଗର ଦାୟିତ୍ୱହୀନତା

4
0

Source :- ODIA PUA

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦୁଝର ଜିଲ୍ଲା ଶାଳ ପଡା ଜଳସମ୍ପଦ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନେରଡା ଗାଁର ତିନି ଗୋଟି ୱାର୍ଡର ବାସିନ୍ଦା ଦୁଇ ଦିନ ହେବ ଜଳ ଘେରରେ ରହିଛନ୍ତି। ପାଖାପାଖି ୧୦୦ ରୁ ଉର୍ଦ୍ଧ ପରିବାରକୁ କେନାଲରୁ ସୃଷ୍ଟି କୁତ୍ରିମ ବନ୍ୟା ଘେରି ଯାଇଛି। ସୂଚନା ମୁତାବକ ଗତ ଗୁରୁବାର ଠାରୁ ଗାଁ ପାଖ ଦେଇ ଯାଇଥିବା ମୁଖ୍ୟ କେନାଲରେ ପାଣି ଆସିଥିଲା। ପୂର୍ବରୁ ରହିଥିବା କେନାଲ ଘାଇ ମରାମତି ବିନା ଜଳସମ୍ପଦ ବିଭାଗ ଦାୟିତ୍ୱହୀନ ଭାବେ ପାଣି ଛାଡ଼ିଦେଇଥିଲା। ଏହାଛଡା ମାତ୍ରାଧିକ ପାଣି ଆସି୍ୱା ଯୋଗୁଁ କେତେକ ସ୍ଥାନରେ କେନାଲ ବନ୍ଧବୁଡି ଯାଇଥିଲା। ତେଣୁ ଗାଁକୁ ସିଧାସଳଖ ପାଣି ପ୍ରବେଶ କରିଛି। ଗୁରୁବାର ଠାରୁ ଶୁକ୍ରବାର ସନ୍ଧ୍ୟା ଯାଏଁ ଲୋକ ମାନେ ପାଣି ଘେରରେ ରହିଥିବା ବେଳେ ପ୍ରଶାସନ ସେମାନଙ୍କ ନିକଟରେ ପହଂଚି ନାହିଁ। ସ୍ଥାନୀୟ ସରପଂଚଙ୍କ ସହାୟତା ରେ ସ୍ଥାନୀୟ ଯୁବକ ମାନେ ଜଳ ନିଷ୍କାସନ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ। କିଛି ଲୋକଙ୍କ ବାସଗୃହର କାନ୍ଥ ମଧ୍ୟ ପଡିଗଲାଣି। ଦୁଇ ଦିନ ହେବ ଅନେକ ପରିବାରରେ ଚୁଲି ଜଳୁ ନାହିଁ। ଗାଈଗୋରୁ ମଧ୍ୟ ବାହାରେ ବୁଲୁଛନ୍ତି। ଅନେକଙ୍କ ବାସଗୃହରେ ପାଣି ଲହଡି ମାରୁଥିବାବେଳେ ଗୃହସ୍ଥ ମାନେ ଛୁଆପିଲା ଙ୍କୁ ଧରି ଖଟ ଉପରେ ବସି ରହିଛନ୍ତି। କେନାଲ ପାଣି ଯୋଗୁ ଗ୍ରାମର ଜେନା ସାହି, ଭାରତୀ ସାହି ଓ କୁମ୍ଭାର ସାହିର ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଳବାହିତ ରୋଗ ଥଣ୍ଡା ଜ୍ୱର ବ୍ୟାପିବାର ଆଶଙ୍କା ଦେଖା ଦେଇଛି। ସ୍ଥାନୀୟ ବିଡିଓ, ତହସିଲଦାର ଓ ଜଳସମ୍ପଦ ବିଭାଗ ଅଧିକାରୀ ମାନେ ଏଯାଏଁ କ୍ଷେତ୍ରକୁ ଯାଇ ସମସ୍ୟାର ସମାଧାନ ପାଇଁ କିଛି ପଦକ୍ଷେପ ନେଉ ନାହାଁନ୍ତି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

SOURCE: ODIA PUA