Source :- ODIA PUA
ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ଟିଲୋ ମାଳିସାହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷାବିତ୍ ତଥା ପ୍ରାକ୍ତନ ଓଲଓଷ୍ଟା ରାଜ୍ୟ ଉପ-ସଭାପତି, ଜିଲ୍ଲା ସାଧାରଣ ସମ୍ପାଦକ ଭାଗିରଥୀ ଖୁଟିଂଆ (୭୫)ଙ୍କ ଶୁକ୍ରବାର ରାତ୍ରରେ ହଦ୍ଘାତରେ ପରଲୋକ ଘଟିଛି । ଖବରପାଇ ପ୍ରାକ୍ତନ ସରପଚଂ ବିଜୟ ନାୟକ, ଅର୍ଜୁନ ଚନ୍ଦ୍ର ପଣ୍ଡା, ଶିକ୍ଷାବିତ୍ ଲିଙ୍ଗରାଜ ସ୍ୱାଇଁ, ନାରାୟଣ ଚନ୍ଦ୍ର ସାମଲ,ଅଜୟ ପୃଷ୍ଟି, ଅନାଦି ସେନାପତି,ଅଲେଖ ନାୟକ, ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ଜିଲ୍ଲା ଓଷ୍ଟା ସଭାପତି ଶଶିଶେଖର କରଶର୍ମା, ରାଜ୍ୟ ଓଷ୍ଟା ପୂର୍ବତନ ସମ୍ପାଦକ ରଘୁନାଥ ସାହୁ, ବ୍ଲକ ଓଷ୍ଟା ସଭାପତି ଶ୍ରୀକାନ୍ତ ପଣ୍ଡା, ସମ୍ପାଦକ ସନ୍ତୋଷ କୁମାର ଜେନା,ଜିଲ୍ଲା ଓଲଓଷ୍ଟା ସଭାପତି ଗୟାଧର ଦାସ,ଶିକ୍ଷାବିତ୍ ସୁକାନ୍ତ ବେହେରା, ଯୁବନେତା ପ୍ରଣବ କିଶୋର ଲେଙ୍କା, ଇଂ. ସୁଧାଂଶୁ ଶେଖର ନାୟକ, ଆନନ୍ଦ ରାଉତ, ବୁନୁ ପାତ୍ର, ଅଶେକ ରାଉତ,ରମାକାନ୍ତ ଜେନା, ସୀତାରମ ପତି ପ୍ରମୁଖ ସ୍ୱର୍ଗତ ଖୁଟିଂଆଙ୍କ ବାସ ଭବନରେ ପହଚିଂ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କୁ ଏକ ଶୋଭାଯାତ୍ରାରେ ନିଆଯାଇ ଦାହ କରାଯାଇଥିଲା । ପ୍ରକାଶଯେ ବାମପନ୍ଥୀ ଆଦର୍ଶକୁ ଭଲ ପାଉଥିବା ସ୍ୱର୍ଗତ ଖୁଟିଂଆ ୧୯୭୫ ମସିହାରେ ଟିଲୋ ମଧ୍ୟ ଇଂରାଜୀ ବିଦ୍ୟାଳୟରୁ ଶିକ୍ଷକତା ଚାକିରୀ ଆରମ୍ଭ କରି ୨୦୦୯ ମସିହାରେ ଷେଣ୍ଢତିରା ନୋଡାଲ୍ ସ୍କୁଲରୁ ଅବସର ନେଇଥିଲେ ।
SOURCE: ODIA PUA




